“ତୋର କଷ୍ଟ ଦେଖି ଦୁନିଆ ହୁଏତ ତୋତେ ଛାଡିଦେଇପାରେ କିନ୍ତୁ ମା’ କେବେ ବି ଛାଡିପାରିବ ନାହିଁ”, ଏହି ଫଟୋ ଆପଣଙ୍କ ଆଖିରେ ଭରିଦେବ ଲୁହ

ମା’ର ମମତା ଅତୁଳନୀୟ। ମା’ ଭଳି ସ୍ନେହ କେହି କରିପାରିବେ ନାହିଁ। ଠିକ୍‌ ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆପଣଙ୍କ ମଧ୍ୟ ଏହି ଫଟୋକୁ ଦେଖିଲେ ନିଶ୍ଚିତ ଭାବୁକ ହୋଇପଡିବେ। ଏହି ଫଟୋରେ ଜଣେ ମହିଳା ତାର ରୋଗାଗ୍ରସ୍ତ ଶିଶୁକୁ କୋଳରେ ଧରି ବସିଥିବା ନଜର ଆସିଛନ୍ତି।

photo

ଆପଣ ଭାବୁଥିବେ ଏହି ଫଟୋ ଅନ୍ୟ ଫଟୋ ଭଳି ସାଧାରଣ। କିନ୍ତୁ ଏହି ଫଟୋରେ ଦେଖନ୍ତୁ, ପିଲାଟି ନିଜ ମା କୋଳରେ ଦୁନିଆର ସବୁଠାରୁ ବଡ ଖୁସି ଅନୁଭବ କରୁଛି। ପିଲାଟି କୌଣସି ତ୍ୱଚା ସମ୍ବନ୍ଧୀୟ ରୋଗରେ ପୀଡିତ। ଯେଉଁଥିପାଇଁ ତା’ର ସଂପୂର୍ଣ୍ଣ ଶରୀରରେ ଛୋଟ ଛୋଟ ଫୋଟକା ଭଳି କ’ଣ ଉଠିଛି। ଏହି ଫଟୋ ସୁଧିର ନିଶାଦ ନାମକ ଜଣେ ବ୍ୟକ୍ତି ଫେସବୁକ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଏହାର କ୍ୟାପସନରେ ଲେଖାଯାଇଛି, ‘ ତୋର କଷ୍ଟ ଦେଖି ଦୁନିଆ ହୁଏତ ତୋତେ ଛାଡିଦେଇପାରେ କିନ୍ତୁ ମା’ କେବେ ବି ଛାଡିପାରିବ ନାହିଁ। ଏହା ଏପରି ଏକ ଫଟୋ ଯାହାକୁ କେହି ବି କିଣି ପାରିବ ନାହିଁ। ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଫଟୋକୁ ଏପର୍ଯ୍ୟନ୍ତ ୮ ହଜାରରୁ ଉର୍ଦ୍ଧ୍ୱ ପ୍ରତିକ୍ରିୟା ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.