ଚୀନ୍‌ରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା, ଆକ୍ରାନ୍ତଙ୍କ ସହାୟତା ଲାଗି ସାହାଯ୍ୟର ହାତ ବଢ଼ାଇଲା ଭାରତ

ବର୍ତ୍ତମାନ କରୋନା ଯୋଗୁ ସାରା ବିଶ୍ୱବାସୀ ଆତଙ୍କିତ ହୋଇ ରହିଛନ୍ତି। ଏହି ଭାଇରସ୍‌ ଏବେ ବାୟୁମାଧ୍ୟମରେ ବ୍ୟାପିବା ଆରମ୍ଭ କରି ଦେଇଥିବାରୁ ଲୋକମାନେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଚୀନ୍‌ର ହୁଓ୍ଵାଇ ସହରରୁ ବ୍ୟାପୁଥିବା ଏହି ମାରାତ୍ମକ ରୋଗ ଯୋଗୁ ଚୀନ୍‌ରେ ମଣିଷ ମଡ଼କ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଚୀନର ଏଭଳି ବିପଦ ସମୟରେ ସହାୟତାର ହାତ ବଢ଼ାଇଛି ଭାରତ।

Image result for karona in china

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍‌ର ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗଙ୍କୁ ଚିଠି ଲେଖି ମାରାତ୍ମକ କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ଅବସରରେ ମୋଦି ଚୀନ୍‌ର ହୁଓ୍ଵାଇରେ ଥିବା ଭାରତୀୟ ନାଗରିକଙ୍କୁ ବାହାରକୁ ବାହାରିବାରେ ସାହାଯ୍ୟ କରିଥିବାରୁ ଚୀନ୍‌କୁ ପ୍ରଶଂସା କରିଛନ୍ତି।

Image result for karona in china

ସୂଚନାଯୋଗ୍ୟ ଯେ ବର୍ତ୍ତମାନ କରୋନା ଯୋଗୁ ଚୀନ୍‌ରେ ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି ଓ ୩୭ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦୦୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି ଓ ୨୮,୯୪୨ ଜଣ ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଖୁସିର କଥା ହେଉଛି ପ୍ରାୟ ୨,୬୪୯ ଜଣ ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.