ଭାରତରେ ଲଞ୍ଚ ହେଲା ୨୦୧୯ ମସିହା Ducati Scrambler, ୪ଟି ବ୍ୟାରିଏଣ୍ଟରେ ହେବ ଉପଲବ୍ଧ

ନୂଆଦିଲ୍ଲୀ : ଡୁକାଟି ଏହାର ଲୋକପ୍ରିୟ ବାଇକ୍ Scramblerର ୨୦୧୯ ମସିହା ମଡେଲ ଲଞ୍ଚ କରିଛି। ଗ୍ରାହକ ଏହାକୁ ୭ଲକ୍ଷ ୮୯ହଜାର ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ କିଣିପାରିବେ। ଡୁକାଟି ସ୍କ୍ରାମବ୍ଳରକୁ ସ୍ପୋଟ୍ସ ଡିଜାଇନ ସହ ଡୁଆଲ ଚ୍ୟାନେଲ କର୍ଣ୍ଣିଂ ଏବିଏସ ସହ ଲଞ୍ଚ କରାଯାଇଛି। ନୂଆ ଡୁକାଟିର ହେଡଲାଇଟରେ ଗ୍ଳାସ ଲେନ୍ସ ସହ ଏଥିରେ ଏଲଇଡି ଡିଆରଏଲ ଦିଆଯାଇଛି। ଭଲ ରାଇଡିଂ ପାଇଁ ବାଇକର ସମସ୍ତ ବ୍ୟାରିଏଣ୍ଟର ସିଟରେ ପରିବର୍ତ୍ତନ କରାଯାଇଛି।

dukati

ଫିଚର

ଡୁକାଟି ସ୍କ୍ରାମବ୍ଳରରେ ୮୦୩ସିସିର ଟ୍ବିନ ଇଞ୍ଜିନ ଦିଆଯାଇଛି ଯାହା ୭୩ବିଏଚପିର ପାୱାର ଏବଂ ୬୭ଏନଏମର ପିକ୍ ଟ୍ରାର୍କ ଜେନେରେଟ କରିଥାଏ। ଏହି ଇଞ୍ଜିନକୁ ୬ଟି ସ୍ପିଡ ମେନୁଆଲ ଗିୟରବକ୍ସ ସହ ଲଞ୍ଚ କରାଯାଇଛି। ବାଇକରେ ଦମଦାର ସାଇଡ ପ୍ୟାନେଲ, ମଫଲର କଭର ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.