କୋଭିଡ୍ ଚିକିତ୍ସା ସାମଗ୍ରୀରୁ ଜିଏସ୍ଟି ୫ ପ୍ରତିଶତକୁ ହ୍ରାସ, ସୂଚନା ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କେନ୍ୟୁଜ୍(ବ୍ୟୁରୋ): ଇଲେକ୍ଟ୍ରିକ ଫର୍ଣ୍ଣେସ ଓ ତାପମାତ୍ରା ଯାଞ୍ଚ ଉପକରଣ ଉପରେ ଜିଏସ୍ଟି ୫ ପ୍ରତିଶତକୁ ହ୍ରାସ । ସେହିପରି ଆମ୍ବୁଲାନ୍ସ ଉପରେ ଜିଏସ୍ଟି ୧୨କୁ ହ୍ରାସ କରାଯାଇଛି । ଏହା ଆଗାମୀ ସେପ୍ଟେମ୍ବର ଯାଏ ବୈଧ ରହିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି । କୋଭିଡ୍ ସାମଗ୍ରୀରେ ମଧ୍ୟ ହ୍ରାସ ପାଇଲା ଜିଏସଟି ।
ମେଡିସିନ୍, ଅକ୍ସିଜେନ୍, ଅକ୍ସିଜେନ୍ ସୃଷ୍ଟିକାରୀ ଯନ୍ତ୍ରାଂଶ, ଟେଷ୍ଟିଂ କିଟ୍, ଅନ୍ୟ ମେସିନ୍ ଓ କୋଭିଡ୍ ସମ୍ପର୍କିତ ସାମଗ୍ରୀ ଉପରେ ଜିଏସଟି ହାର ହ୍ରାସ ପାଇଛି । କେତେ ହ୍ରାସ ପାଇଛି ଖୁବଶୀଘ୍ର ଘୋଷଣା ହେବ । ଆଜି ୪୪ତମ ଜିଏସ୍ଟି କାଉନ୍ସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭର୍ଚୁଆଲ ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।