କୋଭିଡ ହୋଇଥିବା ଲୋକଙ୍କୁ ଟିକା ଜରୁରୀ ନୁହେଁ : ହେଲ୍‌ଥ୍‌ ଏକ୍ସପର୍ଟ

ନୂଆଦିଲ୍ଲୀ :  ଯଦି ଆପଣଙ୍କୁ ଥରେ କୋଭିଡ ହୋଇଯାଇଛି ତା’ ହେଲେ ଆପଣ କୋଭିଡ ଟିକା ନେବା ଜରୁରୀ ନୁହେଁ । ଏମିତି କହିଛନ୍ତି ଏମ୍ସ ର ଡାକ୍ତର ଓ କୋଭିଡ ନେସନାଲ୍‌ ଟାକ୍ସଫୋର୍ସର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ (ହେଲ୍ଥ ଏକ୍ସପର୍ଟ) । ଏଥି ସହିତ ସେମାନେ ଆହୁରି ସତର୍କ କରାଇ ଦେଇଛନ୍ତି ଯେ ଅଧପନ୍ତରିଆର ଟିକାକରଣ କିମ୍ବା ବୁଦ୍ଧି ବିଚାରି ଟିକାକରଣ ନକଲେ ଏହା ମ୍ୟୁଟାଣ୍ଟ ଷ୍ଟ୍ରେନକୁ ବଢ଼ାଇପାରେ ।

ଦେଶରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ମହାମାରୀ ଯୋଗୁ ଖୋଲା ଟିକାକରଣ ହେଉଛି । ତେବେ ଏହା ଶୁଭଙ୍କର ନୁହେଁ । ସମୁହ ଟିକାକରଣ କରିବା ପୂର୍ବରୁ ଆମେ ସଂକ୍ରମଣ ଭିତ୍ତିକ ଡାଟା ଓ ତର୍କ ଭିତ୍ତିକ ଡାଟାକୁ ଧ୍ୟାନରେ ରଖିବା ଉଚିତ ହେବ ବୋଲି ଏହି ହେଲ୍ଥ ଏକ୍ସପର୍ଟମାନେ (ସ୍ୱାସ୍ଥ୍ୟ ବିଶାରଦ) ପ୍ରକାଶ କରିଛନ୍ତି ।

ଏହି ସମୂହ ଟିକାକରଣ ଦ୍ୱାରା ଏହାର କୁ ପରିଣାମ ମାନବ ସମାଜ ଉପରେ ପଡ଼ିପାରେ । କରୋନା ମହାମାରୀକୁ ହଟାଇବା ପାଇଁ ଟିକା ଏକ ବଡ଼ ଅସ୍ତ୍ର ହୋଇପାରେ । କିନ୍ତୁ ଏହାର ଅପବ୍ୟବହାର କରିବା କିମ୍ବା ମନଇଚ୍ଛା ବ୍ୟବହାର ବୁଦ୍ଧିମାନ ନୁହେଁ । ତେଣୁ ଟିକାର ମାତ୍ରାଧିକ ସୁଫଳ ପାଇବାକୁ ହେଲେ ଏହାର ବ୍ୟବହାର ଯୋଜନାବଦ୍ଧ ଭାବେ କରିବା ଉଚିତ ବୋଲି ହେଲ୍ଥ ଏକ୍ସପର୍ଟମାନେ ପ୍ରକାଶ କରିଛନ୍ତି ।

ତେବେ ଯୁବକ ଓ ପିଲାମାନଙ୍କ ଟିକାକରଣ ନେଇ କୌଣସି ସମର୍ଥିତ ତଥ୍ୟ ନାହିଁ ବୋଲି ଏକ୍ସପର୍ଟମାନେ ଦର୍ଶାଇଛନ୍ତି । ତେଣୁ ପିଲାଙ୍କ ଠାରେ ଟିକା ଦେବା କୌଣସି ମୂଲ୍ୟ ଭିତ୍ତିକ ହେବନାହିଁ । ତେଣୁ ଏପରି ଅଣ ଯୋଜନାବଦ୍ଧ ଟିକାକରଣ ମ୍ୟୁଟାଣ୍ଟ ଷ୍ଟ୍ରେନକୁ ଯନ୍ମ ଦେବ । ଯାହାକି ମାନବ ସମାଜ ଉପରେ ଅଧିକ ଭୟଙ୍କର ପରିସ୍ଥିତି ସୃଷ୍ଟି କରପାରେ ବୋଲି ଏକ୍ସପର୍ଟମାନେ ଦର୍ଶାଇଛନ୍ତି ।

ତେଣୁ କେବଳ ଯେଉଁମାନେ ସଂକ୍ରମଣ ପ୍ରବଣ ସେହିମାନଙ୍କ ଠାରେ ପ୍ରଥମେ ଟିକାକରଣ କରିବା ଉଚିତ । ଏମିତି ସମୂହ ଟିକାକରଣ ନକରି ଗ୍ରାମୀଣ କ୍ଷେତ୍ରରେ ସଂକ୍ରମଣ ପ୍ରବଣଙ୍କୁ ପ୍ରାଥମିକତା ଦେବା ଉଚିତ୍‌ ବୋଲି ଏହି ଏକ୍ସପର୍ଟମାନେ ଦର୍ଶାଇଛନ୍ତି ।

ଦେଶରେ କୋଭିଡ-୧୯ ସଂକ୍ରମଣ ଦୃଷ୍ଟିର ରଖି ସରକାରଙ୍କୁ ଗାଇଡ୍‌ କରିବା  ପାଇଁ ଏପ୍ରିଲ ୨୦୨୦ରେ  ଏକ ଜଏଣ୍ଟ କୋଭିଡ ଟାକ୍ସ ଫୋର୍ସ ଗଠନ କରାଯାଇଥିଲା । ଯେଉଁମାନେ ସରକାରଙ୍କୁ କରୋନା ନିରାକରଣ ନେଇ ତଥ୍ୟ ଭିତ୍ତିକ ଉପଦେଶ ଦେବେ । ଏହି ଟାକ୍ସ ଫୋର୍ସରେ ପବ୍ଲିକ ହେଲ୍ଥ ଏକ୍ସପର୍ଟମାନେ ସଦସ୍ୟ ରହିଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.