Below header

ଝାରପଡା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ଝାରପଡା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଟାଟା କମ୍ପାନୀରେ ଚାକିରୀ କରେଇ ଦେବା କହି ଠକିଥିବା ଅଭିଯୋଗରେ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗତାକଲି ହାଇକୋର୍ଟରୁ ପ୍ରଦୀପଙ୍କୁ  ମିଳିଥିଲା ସର୍ତ୍ତ ମୂଳକ ଜାମିନ ।

ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଜାମିନରେ ମୁକୁଳିଲେ। ତାଙ୍କ ବିରୋଧରେ ଥିବା ୬ଟି ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ୬ଟି ଯାକ ମାମଲାରେ ରହିଛି ପୃଥକ ପୃଥକ ସର୍ତ୍ତ। ଟାଟା କମ୍ପାନୀରେ ଚାକିରୀ ଦେବାକୁ କହି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଯେଉଁ କେସରେ ଯେତିକି ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଛି ସେହି ମାମଲାରେ ସେତିକି ଲକ୍ଷ ଟଙ୍କା କୋର୍ଟରେ ଜମା ଦେବାକୁ ରହିଛି ସର୍ତ୍ତ। କୌଣସି ଅଭିଯୋଗକାରୀ କିମ୍ବା ସାକ୍ଷୀଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ ପ୍ରଦୀପ। ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବେ ନାହିଁ। ଧାର୍ଯ୍ୟ ତାରିଖ ଗୁଡିକରେ ବିଚାରଧୀନ ଅଦାଲତରେ ହାଜର ହେବାକୁ ସର୍ତ୍ତ ରହିଛି। ପ୍ରଦୀପ ପାଣିଗ୍ରାହୀ କୌଣସି ପ୍ରକାର ଗଣମାଧ୍ୟମ ବିବୃତି କିମ୍ବା ପବ୍ଲିକ ଷ୍ଟେଟମେଂଟ ଦେଇ ପାରିବେ ନାହିଁ।କୌଣସି ସର୍ତ୍ତର ଉଲ୍ଲଂଘନ ହେଲେ ହାଇକୋର୍ଟ ମଞ୍ଜୁର କରିଥିବା ଜାମିନ ବାତିଲ ହେବ ବୋଲି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଗୁଡିକରେ ସ୍ପଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.