ଗଜପତି: ଜିରାଙ୍ଗ- ନଦୀସାହି ଘାଟିରେ ପିଡିଆ ବୋଝେଇ ଟ୍ରକ ଓଲଟି ୫ ଆହତ 

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ- ନଦୀସାହି ଘାଟିରେ ଏକ ପିଡିଆ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି l ଉକ୍ତ ଦୁର୍ଘଟଣାରେ ପାଞ୍ଚ ଜଣ ଶ୍ରମିକ ଆହତ ହୋଇଛନ୍ତି l ଟ୍ରକଟି ବ୍ରହ୍ମପୁର ରୁ ତେନ୍ତୁଳୀଖୁଣ୍ଟି ଗ୍ରାମକୁ ଯିବା ବେଳେ ନଦୀସାହି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି l

ଉକ୍ତ ଟ୍ରକରେ ୬ ଜଣ ଶ୍ରମିକ ଥିବା ବେଳେ ଜଣେ ଶ୍ରମିକଙ୍କୁ କୌଣସି ଆଘାତ ଲାଗିନଥିଲା l ଆହତମାନଙ୍କୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି l ଚନ୍ଦ୍ରଗିରି ଫାଣ୍ଡି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଫାଣ୍ଡି ଅଧିକାରୀ ନିରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.