Below header

ଘରେ ବି ବନାଇ ପାରିବେ ବଜାର ଭଳି ଆପଲ୍‌ ଜାମ୍‌, ଏପରି ସହଜ ଉପାୟରେ କରନ୍ତୁ ପ୍ରସ୍ତୁତ

ବ୍ରେକଫାଷ୍ଟରେ ଅନେକ ଲୋକ ବ୍ରେଡ୍‌ ସହିତ ଜାମ ଖାଇବାକୁ ବହୁତ ଭଲ ପାଇଥାନ୍ତି। ତେବେ ବଜାର ଜାମ୍‌ ଅପେକ୍ଷା ଘର ତିଆରି ଜାମ୍‌ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। ତେଣୁ ଚାଲନ୍ତୁ ଜାଣିବା ଘରେ କେମିତି ସହଜ ଉପାୟରେ ଆପଲ୍‌ ଜାମ୍‌ ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ

  • ଆପଲ ବା ସେଓ – ୪ ରୁ ୫ଟି (କଟା ହୋଇଥିବା)
  • ପାଣି – ଗୋଟେ ଗ୍ଲାସ୍‌
  • ଲେମ୍ବୁ ରସ୍‌ – ଏକ ଚାମଚ
  • ଚିନି – ୪ କପ୍‌
  • ଅଳେଇଚ ପାଉଡର – ୨ ଟେବୁଲ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ସର୍ବ ପ୍ରଥମେ ମଧ୍ୟମ ଆଞ୍ଚରେ ଏକ ପ୍ୟାନରେ ପାଣି ଦେଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ପାଣି ଗୋଟେ ଥର ଫୁଟି ଆସିଲା ପରେ ସେଥିରେ ସେଓକୁ ଖଣ୍ଡ ଖଣ୍ଡ କରି କାଟିଦିଅନ୍ତୁ ଏବଂ ସେଥିରେ ଲେମ୍ବୁ ରସ ମିଶାନ୍ତୁ। ଏକ ପ୍ଲେଟରେ ପ୍ୟାନକୁ ଘୋଡାଇ ଦିଅନ୍ତୁ ଏବଂ ଧୀମା ଆଞ୍ଚରେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ସେଓ ବା ଆପଲକୁ ସିଝିବା ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଯେତେବେଳେ ସେଓ ଭଲଭାବେ ସିଝି ଯିବ ବା ନରମ ହୋଇଯିବ ସେତେବେଳେ ଏକ ବଡ ଚାମଚରେ ସେଓକୁ ଭଲଭାବେ ଚକଟି ସେଥିରେ ଚିନି ମିଶାଇ ଚଲାନ୍ତୁ। ସେଓର ଏହି ମିଶ୍ରଣକୁ ଲଗାତର ଚଲାଉଥାନ୍ତୁ ଯେମିତି ପ୍ୟାନରେ ଏହା ଲାଖିବନାହିଁ। ଏହାକୁ ମଧ୍ୟମ ଆଞ୍ଚରେ ୮ରୁ୧୦ ମିନିଟ୍‌ ଜାମ ଭଳି ହେବା ଯାଏଁ ଆଞ୍ଚରେ ବସାନ୍ତୁ।

ଏବେ ଏହି ଜାମରେ ଅଳେଇଚ ପାଉଡର ମିଶାଇ ଏକ ଚାମଚ ଜାମ୍‌ ପ୍ଲେଟରେ ପକାଇ ଦେଖନ୍ତୁ। ଯଦି ସେଥିରୁ ପାଣି ଅଲଗା ବହୁଛି ତାହେଲେ ଜାମକୁ ଆହୁରି ଆଞ୍ଚରେ ବସାନ୍ତୁ। ଯେମିତି ହିଁ ଜାମ ଭଲଭାବେ ହୋଇଯିବ ସେତେବେଳେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏହାକୁ ଥଣ୍ଡା କରି ଜାରରେ ଭର୍ତ୍ତି କରିଦିଅନ୍ତୁ।। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଆପଲ୍‌ ଜାମ୍‌। ଏହାକୁ ଆପଣ ବ୍ରେଡ୍‌, ପରଟା କିମ୍ବା ଆଳୁ ପରଟାରେ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.