Below header

ଭଦ୍ରକ: ଗାଁକୁ ନାହିଁ ନିତିଦିନିଆ ରାସ୍ତା, ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଆସିଲେ ରୋଗୀ

ଭଦ୍ରକ(କେନ୍ୟୁଜ୍):  ଗାଁକୁ ସବୁଦିନିଆ ସ୍ଥାୟୀ ପକ୍କା ରାସ୍ତାଟିଏ ନଥିବାରୁ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଆସିଲେ ରୋଗୀ। ରୋଗୀକୁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ ୧ କି.ମି. ଦୂରରେ ରହିଲା। ଫଳରେ ଗୁରୁତର ରୋଗୀକୁ ଷ୍ଟ୍ରେଚରରେ ବୋହି ଗୋଟିଏ କିଲୋମିଟର ପାଦରେ ଚାଲିକରି ଆମ୍ବୁଲାନ୍ସରେ ବସାଇଲେ ରୋଗୀକୁ। ଏପରି ଏକ ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ବରଂ ଏଭଳି ଦୃଶ୍ୟ ଦେଖିବାକୁ  ମିଳିଛି ଭଦ୍ରକ ସଦର ବ୍ଲକ ଠାରୁ ୧୦ କିମି ଦୂରରେ ଥିବା  ବନ୍ଧଗାଁ ପଞ୍ଚାୟତ  ପାଞ୍ଚପଡା ଗ୍ରାମର ଲଷ୍ମୀସିଆଣି ସାହିରେ।  ଏହି ସାହିର ଗୋଦାବରୀ ସେଠୀଙ୍କୁ ଥଣ୍ଡା ଜ୍ୱର ହେବା ସହ ପ୍ରବଳ ଝାଡା ଓ ବାନ୍ତି ହେଉଥିଲା।

 ଘରଲୋକ ସମେତ କିଛି ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ୧୦୮ ଆମ୍ବୁଲାନ୍ସ  ବିଳମ୍ବ ଆସିଥିଲେ ମଧ୍ୟ  ସେହି ସାହି ଭିତରକୁ ଯାଇ ପାରି ନ ଥିଲା ।  ଯେହେତୁ ଗତକାଲି ବର୍ଷା ହେଇଥିଲା ତେଣୁ ସାହି ରାସ୍ତାଟି କାଦୁଅରେ ଶୋଚନୀୟ ହୋଇ ପଡିଥିଲା । ଯେଉଁଥିପାଇଁ  ଆମ୍ବୁଲାନ୍ସକୁ ଯାଇ ନପାରି   ସାହି ଠାରୁ ୧ କିଲୋମିଟର ଦୂରରେ ରହିଥିଲା।  ଘର ଲୋକଙ୍କ ସମେତ କିଛି ଗ୍ରାମର ଯୁବକ ମାନେ ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସକୁ ପାଖରେ ପହଂଚିଥିଲେ। ପରେ ସେହି ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଠାରୁ ଆରମ୍ଭ କରି ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ସବୁ ଗାଁକୁ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ହେଉଥୁଲେ ମଧ୍ୟ ଏହି ଗାଁ ଲୋକଙ୍କ ପାଖରେ ସେ ସବୁ ଯୋଜନା ସାତ ସପନ ହୋଇ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.