Below header

ବଲାଙ୍ଗିର : ହସ୍ପିଟାଲରେ ମନଖୋଲି ନାଚିଲେ କରୋନା ରୋଗୀ, ଦେଖନ୍ତୁ ମନଲାଖି ଭିଡିଓ

ବଲାଙ୍ଗୀର (କେନ୍ୟୁଜ୍‌) : ଜୀବନର ଅସଲ ମୂଲ୍ୟ ବୁଝୁଛନ୍ତି ବଲାଙ୍ଗିର କିମ୍ସ କୋଭିଡ ହସ୍ପିଟାଲର ଡ଼ାକ୍ତର ଓ ନର୍ସ। କୋଭିଡକୁ ନେଇ ସଂକ୍ରମିତଙ୍କ ଭିତରେ କୋକୁଆ ଭୟ ଭିତରେ ଏହି ଦୃଶ୍ୟ ଆପଣଙ୍କୁ ନିହାତି ଭାବେ ଖୁସି କରାଇବ। ରୋଗୀଙ୍କ ମନୋବଳକୁ ବଢ଼ାଇବା ପାଇଁ ଏମାନେ ଏମିତି ପଦକ୍ଷେପ ନେଇଛନ୍ତି ଯାହା ପାଇଁ ଏମାନଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ।

ବଲାଙ୍ଗୀର କିମ୍ସ କିଭିଡ୍ ହସ୍ପିଟାଲ୍ ରେ ମିଳିତ ଭାବର ନାଚିଲେ ଚିକିତ୍ସିତ ରୋଗୀ ଓ କିମ୍ସ ର କର୍ମଚାରୀ । ସମସ୍ତ କର୍ମଚାରୀ ମାନେ ପିପିଇ କିଟ ପିନ୍ଧି ରୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ନାଚିଲେ । ଗମ୍ଭୀର ପରିବେଶକୁ ଖୁସିରେ ପରିଣତ କରିଦେଲେ। ବେଡରେ ଶୋଇଥିବା ରୋଗୀ ବି ନାଚିବାକୁ ଲାଗିଲେ କର୍ମଚାରୀଙ୍କ ସହ । ଅନ୍ୟ ରୋଗୀ ମାନେ ବି ନିଜ ନିଜ ବେଡରେ ବସି ଏହି ନାଚକୁ ଉପଭୋଗ କରୁଛନ୍ତି।
ତେବେ ଏବେର କରୋନାର କରାଳ ପରିସ୍ଥିତିରେ ଏହି ଦୃଶ୍ୟ ନିହାତି ଭାବରେ ଆସ୍ୱସ୍ତି ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.