SBI ରେ ୫୨୩୭ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ନିକଟତର, ଜଲଦି sbi.co.in କୁ ଯାଇ କରନ୍ତୁ ଆବେଦନ

ଦେଶର ସବୁଠୁ ବଡ ବ୍ଯାଙ୍କ ଷ୍ଟେଟ ବ୍ଯାଙ୍କ ଅଫ୍ ଇଣ୍ଡିଆ କ୍ଲରିକାଲ କ୍ଯାଡରରେ ଜୁନିଅର ଆସୋସିଏଟ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ଆପଣ ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସିଖବର। ଭାରତୀୟ ଷ୍ଟେଟ ବ୍ଯାଙ୍କ(ଏସବିଆଇ) ପକ୍ଷରୁ ୫ ହଜାରରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡିଛି। ଅଧିକା ଜାଣିବା ପାଇଁ ଅଧିକାରକ ୱେ ବସାଇଟକୁ ଯାଇ ନୋଟିଫିକେସନ ମୁତାବକ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ ଅଧିକ ଜାଣିବା ପାଇଁ sbi.co.in କୁ ଯାଇ ତୁରନ୍ତ ଆବେଦନ କରିପାରିବେ।

ପଦବୀ ବିବରଣୀ: ୫୨୩୭

ଆବେଦନ ପ୍ରକ୍ରିୟା: ଆବେଦନ କରିବାର ପ୍ରକ୍ରିୟା ୨୭ ଏପ୍ରିଲରୁ ଆରମ୍ଭ ହୋଇଯାଇଛି। ଆବେଦନ କରିବା ପୂର୍ବରୁ ପ୍ରାର୍ଥୀ କେଉଁ ରାଜ୍ଯ ପାଇଁ ଆବେଦନ କରୁଛନ୍ତି, ସେଠିକାର ସ୍ଥାନୀୟ ଭାଷା (ପଢିବା, ଲେଖିବା, କହିବା ଏବଂ ବୁଝିବା) ଆସୁଥିବା ନିତାନ୍ତ ଜରୁରୀ। ଆବେଦନ କରିବାର ଶେଷ ତାରିଖ ୧୭ ମଇ ରହିଛି।

ଆବେଦନ ଶୁଳ୍କ: ସାଧାରଣ ବର୍ଗ ପାଇଁ ୭୫୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଏସସି/ଏସଟି/ଓବିସି/PWD ବର୍ଗ ପାଇଁ ନିଶୁଳ୍କ ରହିଛି।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୨୦ ବର୍ଷରୁ ଅଧିକ ୨୮ ବର୍ଷରୁ କମ୍ ହୋଇଥିବା ଆବଶ୍ଯକ।

sbi

ଶିକ୍ଷାଗତ ଯୋଗ୍ଯତା: ଆବେଦନକାରୀ କୌଣସି ମାନ୍ଯତାପ୍ରାପ୍ତ ବିଶ୍ବବିଦ୍ଯାଳୟରୁ ସ୍ନାତକ ଡିଗ୍ରୀ କରିଥିବା ଆବଶ୍ଯକ।

ବେତନ: ଚୟନ ହୋଇଥିବା ପ୍ରାର୍ଥୀଙ୍କ ବୟସ ୧୭,୯୦୦ ଟଙ୍କାରୁ ଆରମ୍ଭ କରି ୪୭,୯୨୦ ଟଙ୍କା ମାସିକ ରହିବ।

ଚୟନ ପ୍ରକ୍ରିୟା: କ୍ଲରିକାଲ କ୍ଯାଡରରେ ଜୁନିଅର ଆସୋସିଏଟସ୍ ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଅନଲାଇନରେ ପ୍ରାରମ୍ଭିକ ପରୀକ୍ଷା, ଅନଲାଇନ ମୁଖ୍ଯ ପରୀକ୍ଷା ଏବଂ ପ୍ରାର୍ଥୀଙ୍କ ଦ୍ବାରା ଚୟନ କରିଥିବା ସ୍ଥାନୀୟ ଭାଷା ଆଧାରରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.