ଏମ୍ସରେ ଖାଲି ପଡ଼ିଛି ୨୧୪ ପଦ, ଦରମା ୫୦,୦୦୦ରୁ ଆରମ୍ଭ

ଦିଲ୍ଲୀର ଅଲ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ମେଡିକାଲ ସାଇନ୍ସେସ(AIIMS)ରେ ବିଭିନ୍ନ ପଦ ଖାଲି ପଡ଼ିଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ଦିଲ୍ଲୀ ଏମ୍ସରେ ଖାଲି ପଡ଼ିଛି ୨୧୪ଟି ପଦ। ଏଥି ପାଇଁ ଇଚ୍ଛୁକ ପ୍ରାର୍ଥୀ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଏମ୍ସର ନୋଟିଫିକେସନ୍ ଅନୁସାରେ ମୋଟ ୨୧୪ ପଦ ମଧ୍ୟରେ ୩୯ ଗ୍ରୁପ୍ ଏ, ବାକି ବି ଓ ସି ପଦ ପାଇଁ ନିଯୁକ୍ତି ଦିଆଯିବ। ଏଥିରେ ଅଫିସର, ଡ୍ରାଇଭର, ଜୁନିଅର ଇଞ୍ଜିନିୟର, ରିସେପ୍ନାଲିଷ୍ଟ, ଟେକ୍ନିସିଆନ୍, ଜୁନିଅର ଫଟୋଗ୍ରାଫର, ସାଇଣ୍ଟିଷ୍ଟ, ଲାଇବ୍ରେରିଆନ୍, ପ୍ରୋଗ୍ରାମର, ଟେକ୍ନିକାଲ ଆସିଷ୍ଟାଣ୍ଟ ଓ ଫିଜିକାଲ ଟ୍ରେନର ଆଦି ପଦ ରହିଛି।
ଆବେଦନ ଆରମ୍ଭ-୨୧ ଅକ୍ଟୋବର ୨୦୨୦
ଆବେଦନ ଶେଷ- ୧୯ ନଭେମ୍ବର ୨୦୨୦
ଅନ୍ଲାଇନ୍ ଆବେଦନ ଲିଙ୍କ୍:
aiims.edu/aiimsexams.org
ଶିକ୍ଷାଗତ ଯୋଗ୍ୟତା:
ପ୍ରତି ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି। ଏଣୁ ଆବେଦନ କରିବା ପୂର୍ବରୁ ଥରେ ନୋଟିଫିକେସନ୍ ଚେକ୍ କରି ନିଅନ୍ତୁ।
ଚୟନ ପ୍ରକ୍ରିୟା:
ଗ୍ରୁପ୍ ଏ ପଦ ପାଇଁ ଇଣ୍ଟରଭ୍ୟୁ ହେବ। ଗ୍ରୁପ ବି ଓ ସି ପଦ ପାଇଁ ଅନ୍ଲାଇନ୍ କମ୍ପ୍ୟୁଟର ଟେଷ୍ଟ ଆଧାରରେ ନିଯୁକ୍ତି ଦିଆଯିବ।
ଆବେଦନ ଶୁଳ୍କ:
ସାଧାରଣ ବର୍ଗ-୧୫୦୦
ସଂରକ୍ଷିତ ବର୍ଗ-୧୨୦୦