ବ୍ରିଟେନ ଯିବା ଉପରେ ରୋକ୍ ଲଗାଇଲା ଭାରତ, ଏୟାର ଇଣ୍ଡିଆ ବନ୍ଦ କଲା ୨୪ ରୁ ୩୦ ତାରିଖ ପର୍ଯ୍ଯନ୍ତ ସମସ୍ତ ଉଡାଣ

ଭାରତରେ କରୋନା ମହାମାରୀ ବଢିଚାଲିଛି। ଏବେ ଏହା ମଧ୍ୟରେ ବ୍ରିଟେନ ଯିବା ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ। ଏୟାର୍ ଇଣ୍ଡିଆ ବ୍ରିଟେନ ଯାତ୍ରା ରଦ୍ଦ କରିଛି। କମ୍ପାନୀ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୨୪ ରୁ ୩୦ ଯାଏଁ ବ୍ରିଟେନକୁ ଯିବାକୁ ଥିବା ସମସ୍ତ ବିମାନ ରଦ୍ଦ କରାଯାଇଛି। ବୁଧବାର ଦିନ କମ୍ପାନୀ ଏ ସୂଚନା ଦେଇଛି।

କମ୍ପାନୀ କହିବାକୁ ମୁତାବକ, ଏୟାର ଇଣ୍ଡିଆ ବ୍ରିଟେନ ଓ ଭାରତ ମଧ୍ୟରେ ୨୪ ରୁ ୩୦ ତାରିଖ ଯାଏଁ ସମସ୍ତ ବିମାନ ରଦ୍ଦ କରିଛି। ନୂଆ ସମୟ ଓ ରିଫଣ୍ଡକୁ ନେଇ ଆଗକୁ ସୂଚନା ଦିଆଯିବ ବୋଲି କମ୍ପାନୀ କହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ ୨୪ ରୁ ୩୦ ଯାଏଁ ଦିଲ୍ଲୀ ଓ ମୁମ୍ବାଇରୁ ବ୍ରିଟେନ ଯିବା ପାଇଁ ସପ୍ତାହକୁ ଦିନେ ବିମାନ ଚଲାଇବାକୁ ଯୋଜନା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.