Airtel ନିଜ ଗ୍ରାହକଙ୍କ ପାଇଁ ଆଣିଛି ୩ଟି ନୂଆ ପ୍ଲାନ, ଅନଲିମିଟେଡ କଲ୍‌ ସହ ପାଇବେ ଏତିକି ଡାଟା

ଯଦି ଆପଣ ଜଣେ ଏୟାରଟେଲ୍‌ ୟୁଜର ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । କମ୍ପାନୀ ନିଜର ପୋର୍ଟଫୋଲିଓରେ ୩ଟି ନୂଆ ପ୍ରପେଡ ପ୍ଲାନ୍‌ ଯୋଡ଼ିଛି । ନୂଆ ପ୍ରିପେଡ ପ୍ଲାନ୍‌ ସେହି ୟୁଜରମାନଙ୍କ ପାଇଁ ଲାଭଦାୟକ ଯେଉଁମାନେ ଇଣ୍ଟରନେଟ ଅଧିକ ବ୍ୟବହାର କରନ୍ତି ନାହିଁ ।

ଦେଶର ସବୁଠାରୁ ଲୋକପ୍ରିୟ ଟେଲିକମ୍‌ କମ୍ପାନୀମାନଙ୍କ ମଧ୍ୟରୁ ଏୟାରଟେଲ୍‌ ନିଜ ଗ୍ରାହକଙ୍କ ପାଇଁ ଅନେକ ପ୍ରିପେଡ୍‌ ପ୍ଲାନ୍‌ ଦେଇଥାଏ । ଯଦି ଆପଣ ଜଣେ ଏୟାରଟେଲ୍‌ ୟୁଜର ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । କମ୍ପାନୀ ନିଜର ପୋର୍ଟଫୋଲିଓରେ ୩ଟି ନୂଆ ପ୍ରପେଡ ପ୍ଲାନ୍‌ ଯୋଡ଼ିଛି । ନୂଆ ପ୍ରିପେଡ ପ୍ଲାନ୍‌ ସେହି ୟୁଜରମାନଙ୍କ ପାଇଁ ଲାଭଦାୟକ ଯେଉଁମାନେ ଇଣ୍ଟରନେଟ ଅଧିକ ବ୍ୟବହାର କରନ୍ତି ନାହିଁ । ନୂଆ ପ୍ଲାନରେ ୟୁଜରମାନେ ପ୍ରତିଦିନ 1 GB ହାଇ ସ୍ପିଡ୍ ଡାଟା ପାଇବେ । ଏହି ନୂଆ ପ୍ଲାନ୍‌ ବିଷୟରେ ଡିଟେଲ୍ସରେ ଜାଣନ୍ତୁ ।

ଏୟାରଟେଲର ୨୬୫ ଟଙ୍କା ପ୍ଲାନ୍‌ :
ଗ୍ରାହକଙ୍କୁ ଧ୍ୟାନରେ ରଖି ଏୟାରଟେଲ ୨୬୫ ଟଙ୍କାର ପ୍ଲାନ୍‌ ଆରମ୍ଭ କରିଛି । ନୂଆ ପ୍ଲାନର ବୈଧତା ୩୦ ଦିନ । ନୂଆ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୧.୫ ଜିବି ହାଇ ସ୍ପିଡ୍ ଡାଟା ସହିତ ଅନଲିମିଟେଡ ଭଏସ୍ କଲିଂ ପାଇ ପାରିବେ । ଏହା ବ୍ୟତୀତ ଏହି ପ୍ଲାନରେ ପ୍ରତିଦିନ ୧୦୦ ଫ୍ରି SMS ମଧ୍ୟ ଦିଆଯାଉଛି ।

ଏୟାରଟେଲର ୨୩୯ ପ୍ଲାନ୍‌ :
ଗ୍ରାହକଙ୍କୁ ଧ୍ୟାନରେ ରଖି ଏୟାରଟେଲ ୨୩୯ ଟଙ୍କାର ପ୍ଲାନ ଆରମ୍ଭ କରିଛି । ନୂଆ ପ୍ଲାନର ବୈଧତା ହେଉଛି ୨୮ ଦିନ । ନୂଆ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୧.୫ ଜିବି ହାଇ ସ୍ପିଡ୍ ଡାଟା ସହିତ ଅନଲିମିଟେଡ ଭଏସ୍ କଲିଂ ପାଇପାରିବେ । ଏହା ବ୍ୟତୀତ ଏହି ପ୍ଲାନରେ ପ୍ରତିଦିନ ୧୦୦ଟି ଫ୍ରି SMS ମଧ୍ୟ ଦିଆଯାଉଛି ।

ଏୟାରଟେଲର ୨୦୯ ଟଙ୍କା ପ୍ଲାନ୍‌ :
ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ୨୦୯ ଟଙ୍କା ପ୍ଲାନ୍‌ ଆରମ୍ଭ କରିଛି । ନୂଆ ପ୍ଲାନର ବୈଧତା ହେଉଛି ୨୧ ଦିନ । ନୂଆ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୧ ଜିବି ହାଇ ସ୍ପିଡ୍ ଡାଟା ସହିତ ଅନଲିମିଟେଡ ଭଏସ୍ କଲିଂ ପାଇପାରିବେ । ଏହି ପ୍ଲାନରେ ଆପଣ ୧୦୦ଟି ଫ୍ରି SMS ପାଇବେ । ଏଥିରେ କମ୍ପାନୀ ଗ୍ରାହକଙ୍କୁ ଫ୍ରି ହେଲୋ ଟ୍ୟୁନ୍ସ ଏବଂ ୱିଙ୍କ୍ ମ୍ୟୁଜିକ୍ ର ସବସ୍କ୍ରିପସନ୍ ମଧ୍ୟ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.