Below header

ପୁରୁଣା ଗ୍ରାହକଙ୍କୁ ମାଗଣାରେ ୧ ଜିବି ହାଇସ୍ପିଡ ଡାଟା ଦେଉଛି Airtel

ଆପଣ ଏୟାରଟେଲ ବ୍ୟବହାର କରୁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି ଏୟାରଟେଲ। ଏୟାରଟେଲ୍ ନିଜ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ୧ ଜିବି ଇଣ୍ଟରନେଟ୍ ଡାଟା ଓ ଫ୍ରି ଇନକମିଂ ଓ ଆଉଟଗୋଇଂ କଲ୍ ଅଫର୍ କରୁଛି । ରିପୋର୍ଟ ଅନୁସାରେ କମ୍ପାନୀ ଏହି ଅଫର୍ ନିଜ ଗ୍ରାହକଙ୍କୁ ୩ ଦିନ ପାଇଁ ଟ୍ରାଏଲ୍ ପାଇଁ ଦେଉଛି ।

ରିପୋର୍ଟ ମୁତାବକ, ଏହା ସେହି ପ୍ରିପେଡ୍ ଗ୍ରାହକଙ୍କୁ ମିଳିବ, ଯେଉଁମାନେ ନିଜ ନମ୍ବରକୁ ରିଚାର୍ଜ କରାଇ ନାହାଁନ୍ତି । କମ୍ପାନୀ ଏମିତି କରିବାର ଉଦ୍ଦେଶ୍ୟ ନିଜ ଗ୍ରାହକଙ୍କୁ ଆକର୍ଷିତ କରିବାପାଇଁ କରୁଛି ବୋଲି କୁହାଯାଉଛି । ଯାହା ଫଳରେ ୟୁଜର୍ସ ସେହି ସର୍ଭିସର ବ୍ୟବହାର କରିବେ ଏବଂ ୩ ଦିନ ପରେ ଫ୍ରି ଅଫର୍ ସମାପ୍ତ ହେବାପରେ ନମ୍ବର ରିଚାର୍ଜ କରିବେ ।

airtel

ଏୟାରଟେଲ୍ ଏହି ନୂଆ ଅଫର୍ ସମ୍ପର୍କରେ ନିଜ ଇନଆକ୍ଟିଭ୍ ୟୁଜର୍ସଙ୍କୁ ଏସଏମଏସ ଜରିଆରେ ସୂଚନା ଦେଉଛି । ମେସେଜରେ କୁହାଯାଉଛି କି ୩ ଦିନର ଫ୍ରି ଟ୍ରାଏଲ୍ ପାଇଁ ଆଉଟଗୋଇଁ କଲ୍ସ ଓ ମାଗଣା ୧ ଜିବି ହାଇ-ସ୍ପିଡ୍ ଡାଟା ଦିଆଯାଉଛି । ଆଗକୁ ଏହା ମଧ୍ୟ ଲେଖାଯାଇଛି କି ଉତ୍ତମ ସେବା ଜାରି ରଖିବା ପାଇଁ ଆଜି ହିଁ ଏୟାରଟେଲ୍ ଅନଲିମିଟେଡ୍ ପ୍ୟାକେ ରିଚାର୍ଜ କରନ୍ତୁ । ଅବଶ୍ୟ ଏନେଇ ଏୟାରଟେଲ୍ ତରଫରୁ କୌଣସି ଅଫିସିଆଲ ସୂଚନା ଦିଆଯାଇନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.