Below header

ଏମିତି ଏକ ଦେଶ, ଯେଉଁଠି କରୋନା ସଂକ୍ରମିତ ହେଲେ ମିଳିବ ୯୪ ହଜାର ଟଙ୍କା

କରୋନା ମହାମାରୀ ଯୋଗୁଁ ସମଗ୍ର ଦୁନିଆ ପ୍ରଭାବିତ। ଏହି ମହାମାରୀ ଯୋଗୁଁ ଅନେକ ଦେଶର ଅର୍ଥ ବ୍ୟବସ୍ଥା ଭାଙ୍ଗି ପଡିଛି। ଲୋକ ବେରୋଜଗାର ହୋଇପଡିଛନ୍ତି। କିନ୍ତୁ ଅନେକ ଦେଶର ସରକାର କରୋନାରୁ ଆର୍ଥିକ ମେରୁଦଣ୍ଡ ସମ୍ଭାଳିବା ପାଇଁ ବିଭିନ୍ନ ପ୍ରକାର ରିହାତି ଦେଉଛନ୍ତି। ଏପରି ସ୍ଥଳେ ଏମିତି ଏକ ଦେଶ ରହିଛି ଯେଉଁଠି କରୋନା ଆକ୍ରାନ୍ତ ହେଲେ ସରକାର ସହାୟତା ରାଶି ଦେଉଛନ୍ତି। ଏମିତି ଘଟଣା ଘଟିଛି କାଲିଫର୍ଣ୍ଣିଆରେ। ଯେଉଁଠି କରୋନା ସଂକ୍ରମିତ ହେଲେ ସରକାର ୯୪ ହଜାର ଟଙ୍କା ସହାୟତା ରାଶି ଦେଉଛନ୍ତି।

ଆମେରିକାର କାଲିଫର୍ଣ୍ଣିଆର କାଉଣ୍ଟିରେ କରୋନା ସଂକ୍ରମିତ ହେଲେ ରୋଗୀକୁ ଖାଇବା ଖର୍ଚ୍ଚ, ରହିବା ଖର୍ଚ୍ଚ ଏବଂ ଫୋନ ବିଲ୍‌ ବାବଦରେ ପଇସା ଦିଆଯାଉଛି। ଅଲାମେଡା କାଉଣ୍ଟିର ସୁପରଭାଇଜର୍ସ ବୋର୍ଡ କହିଛି କି, କରୋନା ସଂକ୍ରମିତ ହେବା ପରେ ଲୋକ ଦୁଇ ସପ୍ତାହ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ଏବଂ ଆଇସୋଲେସନରେ ରହିବା ପାଇଁ ବ୍ୟୟ ସାପେକ୍ଷ ହୋଇନଥାଏ। ସେମାନଙ୍କ ପାଖରେ ଅର୍ଥର ଅଭାବ ରହିଥିବା ଯୋଉଁ ଲୋକେ ଟେଷ୍ଟ କରିବାକୁ ଡରୁଛନ୍ତି। ଏହି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏମିତି ପଦକ୍ଷେପ ନିଆଯାଇଛି।

cali

ଖବର ମୁତାବକ, ଅଲାମେଡା କାଉଣ୍ଟି ବୋର୍ଡ ସମସ୍ତଙ୍କ ସହମତି ଅନୁସାରେ ପାଇଲଟ ପୋଗ୍ରାମ ଆରମ୍ଭ କରିଛି। ଯେଉଁଠି କରୋନା ହେଲେ ୧୨୫୦ ଆମେରକୀୟ ଡଲାର ଅର୍ଥାତ ୯୪ ହଜାର ଟଙ୍କା ମିଳିବ। ଯଦି ଲୋକ ନିଜକୁ ଆଇସୋଲେଟ କରିବା ଯୋଗୁଁ କରୋନା ଟେଷ୍ଟ କରିବେନି ତେବେ ଏହି ରୋଗକୁ ରୋକିବା ଯୋଜନା ଅସମ୍ଭବ ହୋଇଯିବ। ଏମିତି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି।

virus

କିନ୍ତୁ ଏହି ସାହାଯ୍ୟ ଯୋଗାଇବା ପାଇଁ କିଛି ନିୟମ ଏବଂ ସର୍ତ୍ତ ରହିଛି। ଏଥିପାଇଁ ବ୍ୟକ୍ତିଙ୍କୁ ବୋର୍ଡ ଅଧିନରେ ଥିବା କ୍ଲିନିକରେ ଟେଷ୍ଟ କରିବାକୁ ହେବ। ଏହା ସହିତ ଯେଉଁ ବ୍ୟକ୍ତି ଆକ୍ରାନ୍ତ ସେ ପୂର୍ବରୁ ପେଡ ଲିଭ କିମ୍ବା ବେରୋଗାର ଭତ୍ତା ମିଳୁନଥିବା ଜରୁରୀ। ଏମିତି କରିବା ଦ୍ୱାରା ଅଧିକରୁ ଅଧିକ ଲୋକ କରୋନା ଯାଞ୍ଚ କରିବାକୁ ରାଜି ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.