Below header

ବିଶ୍ବ ବଜାରରେ ୫୫ ଇଞ୍ଚର ଟ୍ରାନ୍ସପରେଣ୍ଟ ଟିଭି ଲଞ୍ଚ କଲା Xiaomi, ଜାଣନ୍ତୁ କଣ ରହିଛି ଏହି ଟିଭିର ସ୍ପେଶାଲ ଫିଚର୍ସ

କମ୍ପାନୀର ୧୦ମ ଜନ୍ମ ବାର୍ଷିକୀରେ ସାଓମି ଅନେକ ଗୁଡିଏ ସ୍ପେଶାଲ ପ୍ରଡକ୍ଟ ଲଂଚ କରିଛି । ଅନ୍ୟ ପ୍ରଡକ୍ଟ ଗୁଡିକ ସହ କମ୍ପାନୀ ଏକ ୫୫
ଇଂଚର ଏକ ଟ୍ରାନ୍ସପରେଣ୍ଟ ଟିଭି ବି ଲଂଚ କରିଛି । ଏହି ଟିଭି ସହ କମ୍ପାନୀ ଏକ ଏମଆଇ 10 ଅଲଟ୍ରା ଓ ରେଡ଼ମୀ କେ 30 ଅଲଟ୍ରା ବି ଲଂଚ କରିଛି । ବିଶ୍ବର ପ୍ରଥମ କମ୍ପାନୀ ଭାବେ କମରସିଆଲ ବଜାରରେ ଜିଓମୀ ଟ୍ରାନ୍ସପେରେଣ୍ଟ ଟିଭି ଲଂଚ କରିଛି । ଏହି ଟିଭିର ଆଉ ଏକ ବିଶେଷତା ହେଉଛି ଏହାର ଟ୍ରାନ୍ସପରେଣ୍ଟ ଡିଷ୍ପ୍ଲେ । ଏହି ସ୍ୱତନ୍ତ୍ର ଡିଷ୍ପ୍ଲେ ସାହାଯ୍ୟରେ ଦର୍ଶକ ମାନେ ଟିଭିର ଏପାଖ ସେପାଖ ଦେଖିପାରିବେ । ଏହା ପୂର୍ବରୁ ପାନାସୋନିକ ଓ ଏଲଜି ପରି କମ୍ପାନୀ ବି ଟ୍ରାନ୍ସପରେଣ୍ଟ ଟିଭି ବିଶ୍ବବଜାରରେ ଲଂଚ କରିଛନ୍ତି । ସାଓମିର ଏହି ଟ୍ରାନ୍ସପରେଣ୍ଟ ଟିଭିର ନାଁ କମ୍ପାନୀ ତରଫରୁ Mi TV LUX OLED ରଖାଯାଇଛି ।

xiaomi

ଏହାର ଦର କମ୍ପାନୀ ୪୯,୯୯୯ଚିନି ୟୁଆନ ବା ଭାରତୀୟ ମୁଦ୍ରା ଅନୁସାରେ ୫ ଲକ୍ଷ ୩୬ ହଜାର ୮୩୮ ଟଙ୍କା ରଖାଯିବା ନେଇ ସ୍ଥିର କରିଛି । ଟିଭିଟିର ପ୍ୟାନେଲ OLED ଥିବା ବେଳେ ଏହାର କଣ୍ଟ୍ରାକଟ ରେସିଓ ୧୫୦୦୦୦ :୧ ପର୍ଯ୍ୟନ୍ତ ରହିବ ବୋଲି ଜଣାଯାଇଛି । ଏହାବାଦ ଡିଷ୍ପ୍ଲେର ରିଫ୍ରେଶ ରେଟ ୧୨୦ Hz ରହିବ । ଏସବୁ ବ୍ୟତୀତ ଟିଭିରେ ଏକ ଏଆଇ ମାଷ୍ଟର ଇଂଜିନ ମଧ୍ୟ ମହଜୂତ ରହିଛି । ଯେଉଁଥିରେ ମିଡିୟଟେକର ୯୬୫୦ ପ୍ରୋସେସର ଓ ଡ଼ଲବୀ ଆଟମସ ଅଡିଓର ସପୋର୍ଟ ବି ମିଳିପାରିବ । ସାଓମୀର ଏହି ଟିଭିର ବିକ୍ରି ଚିନ ବଜାରରେ ଆରମ୍ଭ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.