ଦୁନିଆର ପ୍ରଥମ ଭ୍ୟାକସିନ ଅପଡେଟ : ରାଷ୍ଟ୍ରପତିଙ୍କ ଝିଅକୁ ଟୀକା ଦେବା ପରେ ବର୍ତ୍ତମାନ ଏମିତି ରହିଛି ତାଙ୍କ ଶରୀରର ଅବସ୍ଥା

ବର୍ତ୍ତମାନ କରୋନା ଭ୍ୟାକସିନ ରେଜିଷ୍ଟର କରିବାରେ ରୁଷ ପ୍ରଥମ ଦେଶ ହୋଇଯାଇଛି । ଭ୍ୟାକସିନର ପ୍ରଥମ ଡୋଜ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦିଆଯାଇଛି । ତାଙ୍କୁ ଦୁଇଟି ଡୋଜ ଦିଆଯାଇଛି ଏବଂ ଡୋଜ ଦିଆଯିବା ପରେ ଶରୀରର ତାପମାତ୍ରାରେ ପରିବର୍ତ୍ତନ ରେକର୍ଡ କରାଯାଇଥିଲା । ପୁଟିନଙ୍କ ଅନୁଯାୟୀ ପ୍ରଥମ ମାତ୍ରାରେ ତାଙ୍କ ଶରୀରର ତାପମାତ୍ରା 38 ଡିଗ୍ରୀ ଥିଲା । ଯେତେବେଳେ ଦ୍ୱିତୀୟ ଡୋଜ ଦିଆଗଲା ତାପମାତ୍ରା 1 ଡିଗ୍ରୀ କମି 37 ଡିଗ୍ରୀ ହୋଇଥିଲା । କିନ୍ତୁ କିଛି ସମୟ ପରେ ତାପମାତ୍ରା ପୁଣି ବଢିଗଲା ଯାହା ଧୀରେ ଧୀରେ ସ୍ୱାଭାବିକ ହେଉଛି ।

ପୁଟିନଙ୍କର ଦୁଇ ଝିଅ ମାରିଆ ଏବଂ କ୍ୟାଟ୍ରିନା । ତେବେ ଟୀକା କାହାଠାରେ ପରୀକ୍ଷା କରାଯାଇଛି ସେ ବିଷୟରେ ଯଦିଓ ପୁଟିନ କିଛି ସ୍ପଷ୍ଟ କରିନାହାନ୍ତି କିନ୍ତୁ କେବଳ ଏତିକି କହିଛନ୍ତି ଯେ ଟୀକାନେବା ପରେ ସେ ଭଲ ଅନୁଭବ କରୁଛନ୍ତି । ଏଥିରେ ବହୁ ସଂଖ୍ୟକ ଆଣ୍ଟିବଡି ତିଆରି କରାଯାଇଛି । ଭ୍ୟାକସିନ ଅନେକ ଯାଞ୍ଚ ଦେଇ ଗତି କରିଛି ଏବଂ ବର୍ତ୍ତମାନ ଏହା ସୁରକ୍ଷିତ ବୋଲି ଦର୍ଶାଯାଇଛି ।

ରୁଷର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାଶକୋଙ୍କ ଅନୁଯାୟୀ, ବିଶ୍ଵର 20 ଟି ଦେଶ ସ୍ପୁଟନିକ-ଭି ପାଇଁ ଅର୍ଡର କରିସାରିଛନ୍ତି । ଏହି ଟିକାକୁ ବହୁ ପରିମାଣରେ ପ୍ରସ୍ତୁତ କରିବା ଏବଂ ଏହାକୁ ବିଦେଶରେ ପ୍ରମୋଟ କରିବା ପାଇଁ ରୁଷର ଡାଇରେକ୍ଟ ଇନଭେଷ୍ଟ ଫଣ୍ଡ ପାଣ୍ଠି ବିନିଯୋଗ କରୁଛି। ରୁଷ ୱେବସାଇଟ୍ ଦାବି କରିଛି ଯେ ଭାରତ, ସାଉଦି ଆରବ, ଇଣ୍ଡୋନେସିଆ, ଫିଲିପାଇନ୍ସ, ବ୍ରାଜିଲ, ମେକ୍ସିକୋ ଭଳି ଦେଶ ଏହି ଟିକା କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ରୁଷ ଏହାର ପ୍ରଥମ ଉପଗ୍ରହ ସ୍ପୁଟନିକ୍-B ନାମରେ ଏହି ଟିକାର ନାମ ରଖିଛି । ଏହାକୁ 1957 ରେ ଲଞ୍ଚ କରାଯାଇଥିଲା । ଏକ ମାସ ପୂର୍ବରୁ, ରୁଷ ସୂଚାଇ ଦେଇଥିଲା ଯେ ସେମାନଙ୍କର ଟିକା ପରୀକ୍ଷଣର ଅଗ୍ରଭାଗରେ ଅଛି ଏବଂ ସେମାନେ ଏହାକୁ 10 ରୁ 12 ଅଗଷ୍ଟ ମଧ୍ୟରେ ରେଜିଷ୍ଟର କରିବେ । ଯଦିଓ ଆମେରିକା ଏବଂ ବ୍ରିଟେନ୍ ଏହି ଭ୍ୟାକସିନକୁ ନେଇ ରୁଷ ଉପରେ ଭରସା କରିପାରୁନାହାନ୍ତି । ଏମିତିକି ରୁଷ ଉପରେ ଭ୍ୟାକସିନର ଫର୍ମୁଲା ଚୋରି କରିବାର ଆରୋପ ମଧ୍ୟ ଲଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.