Below header

ଆସନ୍ତା ୧୫ ଅଗଷ୍ଟରେ ପଡୁଛି ଭାଦ୍ରବ ମାସର ପ୍ରଥମ ଏକାଦଶୀ, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ବ

ଅଜା ଏକାଦଶୀ ବତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ଏହା ଚର୍ତୁମାସର ଭାଦ୍ରପଦ ମାସର ପ୍ରଥମ ଏକାଦଶୀ | ଏହି ଏକାଦଶୀ ଅଜା ଏକାଦଶୀ ଭାବରେ ଜଣାଶୁଣା |ଏହି ଏକାଦଶୀ ଆସନ୍ତା ୧୫ ଅଗଷ୍ଟରେ ପାଳନ କରାଯିବ।

ପାପରୁ ମିଳିଥାଏ ମୁକ୍ତି:

bishnuସମସ୍ତ ପ୍ରକାରର ଉପବାସ ମଧ୍ୟରେ ଏକାଦଶୀ ଉପବାସ ସର୍ବୋତ୍ତମ ବୋଲି ବିବେଚନା କରାଯାଏ | ଭଗବାନ କୃଷ୍ଣ ନିଜେ ଯୁଧିଷ୍ଠିର ଏବଂ ଅର୍ଜୁନଙ୍କୁ ଏକାଦଶୀ ଉପବାସର ମହତ୍ତ୍ବ ବିଷୟରେ କହିଥିଲେ। ଅଜା ଏକାଦଶୀ ବ୍ରତ ସତ୍ଯବାଦୀ ରାଜା ହରିଚନ୍ଦ୍ର ମଧ୍ୟ ପାଳନ କରିଥିଲେ, ଯାହା ପରେ ସେ ସମସ୍ତ ପାପରୁ ମୁକ୍ତ ହୋଇଥିଲେ।

ଇନ୍ଦ୍ରିୟ ନିୟନ୍ତ୍ରଣରେ ରଖିବା ଶିଖାଇଥାଏ ଏହି ଉପବାସ:

aja ekadashiଅଜା ଏକାଦଶୀ ବ୍ରତ ଦଶମୀ ତିଥିରୁ ଆରମ୍ଭ କରିବା ଉଚିତ। ଏହି ଉପବାସ କରିବା ପାଇଁ ଏକାଦଶୀ ତିଥିରେ ସଂକଳ୍ପ କରିବା ଉଚିତ। ଏହି ଦିନ ଉପବାସ ରଖିବା ଏବଂ ପୂଜା କରିବା ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରେରଣା ଯୋଗାଇଥାଏ | ବିଶ୍ୱାସ କରାଯାଏ ଯେ, ଯିଏ ନିଜର ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିଥାନ୍ତି ସେମାନେ ଜଗତର ରହସ୍ୟ ବୁଝି ପାରିବା ସହ ସମସ୍ତ ପ୍ରକାର ଦୁଃଖରୁ ମୁକ୍ତି ପାଇଥାନ୍ତି |

ଏକାଦଶୀ ବ୍ରତର ପୂଜା-ବିଧି:

aja ekadashi1ଅଜା ଏକାଦଶୀ ବ୍ରତ ଦଶମୀ ତିଥିରୁ ଆରମ୍ଭ କରିବା ଉଚିତ। ଏକାଦଶୀ ତିଥିରେ ହିଁ ଏହି ବ୍ରତର ସଂକଳ୍ପ କରିବା ଉଚିତ। ଉପବାସ କେବଳ ଶୁଭ ସମୟରେ କରାଯିବା ଉଚିତ୍ | ଏକାଦଶୀ ଦିନ ପୂଜା ସ୍ଥାନକୁ ସଫା କରିବା ସହ ସ୍ନାନ ପରେ ପୂଜା ଆରମ୍ଭ କରିବା ଉଚିତ୍ | ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହ ବିଷ୍ଣୁଙ୍କ ପ୍ରିୟ ଜିନିଷ ଭୋଗ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.