Below header

ହାତରେ ରାଇଫଲ ଧରି ଚେକପୋଷ୍ଟରେ ଡ୍ରଗ ସ୍ମଗଲିଙ୍ଗ ରୋକୁଛନ୍ତି ମହିଳାସୈନ୍ୟ, ଦେଖନ୍ତୁ ଭିଡିଓ

ମହିଳାଙ୍କ ହାତରେ ବନ୍ଧୁକ କିନ୍ତୁ କାମ ସୀମା ଜଗିବା କିମ୍ବା ଶତ୍ରୁ ଦମନ କରିବା ନୁହେଁ । ବର୍ତ୍ତମାନ ଆପଣ ଭାବୁଥିବେ ତେବେ ଏମିତି ହାତରେ ବନ୍ଧୁକ ଧରି ଏଠାରେ କରୁଛନ୍ତି କଣ ? ତାହେଲେ ଶୁଣନ୍ତୁ ଏମାନଙ୍କ କାମ ହେଉଛି ସୀମାରେ ବଢୁଥିବା ସ୍ମଗଲିଙ୍ଗ କାରବାରକୁ ରୋକିବା । ପ୍ରଥମଥର ପାଇଁ ହାତରେ ରାଫେଲ ଧରି ଡ୍ରଗ ସ୍ମଗଲିଙ୍ଗ ରୋକୁଛନ୍ତି ମହିଳା । ଏମାନଙ୍କ କାମ ହେଉଛି ଚେକପୋଷ୍ଟରେ ମହିଳା ଓ ପିଲାମାନଙ୍କ ଦ୍ୱାରା କରାଯାଉଥିବା ଡ୍ରଗ ସ୍ମଗଲିଙ୍ଗକୁ ରୋକିବା । ଶୁଣନ୍ତୁ କଣ କହୁଛନ୍ତି ଏହି ମହିଳା ସୈନ୍ୟ ।

video courtesy “ANI”

ସୂଚନା ଅନୁଯାୟୀ ଜାମ୍ମୁ କାଶ୍ମୀରର କୁପୱାରା ଠାରେ ମହିଳା ମାନେ ହାତରେ ବନ୍ଧୁକ ଧରି ଜଗୁଛନ୍ତି ଚେକପୋଷ୍ଟ । ମହିଳା ଓ ପିଲାମାନଙ୍କ ଦ୍ୱାରା କରାଯାଉଥିବା ସ୍ମଗଲିଙ୍ଗ ରୋକିବା ପାଇଁ ଏମାନଙ୍କୁ ଏଠାରେ ସ୍ୱତନ୍ତ୍ର ଭାବେ ପୋଷ୍ଟିଙ୍ଗ କରାଯାଇଛି । ତେବେ ପ୍ରଥମଥର ପାଇଁ ଆସାମର ମହିଳା ସୈନ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ ସ୍ମଗଲିଙ୍ଗ ରୋକିବା ପାଇଁ ଏମାନଙ୍କୁ ଏଠାରେ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.