ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର, କମ୍ପାନୀ ନିଜ ୟୁଜର୍ସଙ୍କୁ ଦେଉଛି 11GB ଡାଟା ମାଗଣା

ଲୋକପ୍ରିୟ ଟେଲିକମ୍ କମ୍ପାନୀ ଏୟାରଟେଲ ନିଜ ଗ୍ରାହକଙ୍କୁ ଅଫର ଦେଉଛି ମାଗଣା ୧୧ GB ଡାଟା। ଗ୍ରାହକଙ୍କୁ ମାଗଣା ଡାଟା ଅଫର ଦେଉଛି ଏୟାରଟେଲ ଟେଲିକମ୍ କମ୍ପାନୀ। ଏଥିପାଇଁ ଗ୍ରାହକଙ୍କୁ କମ୍ପାନୀର ଦୁଇ ଅଲଗା ଅଲଗା ଅଫର୍ସକୁ ଏକାସାଥିରେ ବ୍ୟବହାର କରିବାକୁ ହେବ। କମ୍ପାନୀ ନୂଆ ୪ଜି ଗ୍ରାହକଙ୍କୁ ୫ ଜିବି ମାଗଣା ଡାଟା ଅଫର କରୁଛି। ଯାହା ଆପଣ ଏୟାରଟେଲ୍ ଥ୍ୟାଙ୍କସ୍ ଆପ୍ ଡାଉନଲୋଡ୍ କରି ପାଇପାରିବେ। ସେହିପରି ଯଦି ଆପଣ ନୂଆ ଏୟାରଟେଲ ୪ଜି ସିମ୍ କିଣିଛନ୍ତି କିମ୍ବା ୪ଜି ଡିଭାଇସରେ ଅପଗ୍ରେଡ୍ କରିଛନ୍ତି , ତାହେଲେ ନିଜ ନୂଆ ମୋବାଇଲ୍ ନମ୍ବରରେ ଏୟାରଟେଲ ଥ୍ୟାଙ୍କସ ଆପକୁ ରେଜିଷ୍ଟର କରିପାରିବେ। ଯାହାପରେ ଆପଣଙ୍କୁ ମାଗଣା ଡାଟା ମିଳିଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଫର କେବଳ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ହିଁ ଅଟେ।

ଏପରି ପାଆନ୍ତୁ ୫GB ଡାଟା

ଟେଲିକମ ରିପୋର୍ଟ ଅନୁଯାୟୀ ଏହି ମାଗଣା ୫ଜିବି ଡାଟା ୟୁଜର୍ସଙ୍କୁ ପାଞ୍ଚଟି କୁପନ ଆକାରରେ ମିଳିବ। ଯେଉଁ କୁପନ ରେ ୧ ଜିବି ଲେଖାଏ ଡାଟା ରହିବ । ଏହି କୁପନ ନୂଆ ୪ଜି କଷ୍ଟମର୍ସ ଆକାଉଣ୍ଟରେ ୭୨ ଘଣ୍ଟା ଭିତରେ ଆସିଯିବ। ଧ୍ୟାନରେ ରଖନ୍ତୁ ଯେ ଗ୍ରାହକଙ୍କୁ ନୂଆ ସିମ୍ ଆକ୍ଟିଭେଟ୍ ହେବାର ୩୦ ଦିନ ଭିତରେ ହିଁ ଆପକୁ ରେଜିଷ୍ଟର କରିବାକୁ ହେବ। ଯେତେବେଳେ ଆପଣଙ୍କୁ ମାଗଣାରେ କୁପନ ମିଳିବ ସେତେବେଳେ ଆପଣ ଆପର ମାଇଁ କୁପନ୍ସ ସେକସନକୁ ଯାଇ ତାକୁ କ୍ଲେମ କରିପାରିବେ।

airtelପ୍ରିପେଡ ପ୍ଲାନରେ ୬GB ଡାଟା ମାଗଣା

ଏହାଛଡା କମ୍ପାନୀ ନିଜ ୱେବସାଇଟରେ ୬ଜିବି ଡାଟା ମାଗଣା ଅଫର ବିଷୟରେ ସୂଚନା ଦେଇଛି। ଏହି ଅଫରର ଫାଇଦା ଉଠାଇବା ପାଇଁ ଗ୍ରାହକଙ୍କୁ କୌଣସି ଏକ ଅନଲିମିଟେଡ ପ୍ଲାନକୁ ରିଚାର୍ଜ କରିବାକୁ ହେବ। ଉଦାହରଣ ସ୍ୱରୂପ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ୟୁଜର୍ସ ୮୪ ଦିନର ଭ୍ୟାଲିଡିଟୀର ୫୯୮ ଟଙ୍କାର ପ୍ଲାନ କିମ୍ବା ଏହାଠାରୁ ଅଧିକ ରିଚାର୍ଜ କରୁଛନ୍ତି, ତାହେଲେ ସେମାନଙ୍କୁ ୬ଜିବି ମାଗଣା ଡାଟା ମିଳିବ। ଏଥିରେ ଗ୍ରାହକଙ୍କୁ ୧ ଜିବି ଲେଖାଏଁ ୬ଟି କୁପନ ଦିଆଯିବ।

ଏହିପରି ଭାବେ ୫୬ ଦିନର ବୈଧତା ଥିବା ପ୍ଲାନରେ ୩୯୯ ଟଙ୍କା କିମ୍ବା ତାହାଠାରୁ ଅଧିକ ମହଙ୍ଗା ରିଚାର୍ଜ କରିବା ଦ୍ୱାରା ଗ୍ରାହକଙ୍କୁ ୧ ଜିବି ମାଗଣା ଡାଟାର ଚାରୋଟି କୁପନ ଦିଆଯାଉଛି। ଏହି ପ୍ରକାର ଗ୍ରାହକ ମୋଟ ୪ ଜିବି ଡାଟା ମାଗଣା ପାଇବାର ମଜା ଉଠାଇପାରିବେ। ସେହିପରି ୨୮ ଦିନର ବୈଧତା ବିଶିଷ୍ଟ ୨୧୯ ଟଙ୍କା କିମ୍ବା ତାହା ଠାରୁ ଅଧିକ ଟଙ୍କାର ରିଚାର୍ଜ କରୁଛନ୍ତି, ତାହେଲେ ଆପଣଙ୍କୁ ୧ ଜିବି ଡାଟାର ଦୁଇଟି କୁପନ ମାଗଣାରେ ମିଳିବ। ଧ୍ୟାନ ରଖନ୍ତୁ ଯେ ଏହି ରିଚାର୍ଜ ଗ୍ରାହକଙ୍କୁ ଏୟାରଟେଲ ଥ୍ୟାଙ୍କସ ଆପ୍ ଜରିଆରେ କରିବାକୁ ହେବ। ଏହିପରି ଭାବେ ଯଦି ଆପଣ ନୂଆ ଏୟାରଟେଲ ୪ଜି ଗ୍ରାହକ ଏବଂ ୫୯୮ ଟଙ୍କାର ରିଚାର୍ଜ କରୁଛନ୍ତି ତାହେଲେ ମୋଟ୍ ୧୧ ଜିବି ମାଗଣା ଡାଟାର ମଜା ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.