କରୋନାରେ ରାଜସ୍ଥାନର ପୂର୍ବ ମନ୍ତ୍ରୀ ତଥା ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କ ପରଲୋକ, ଶୋକବ୍ୟକ୍ତ କଲେ ପିଏମ୍‌ ମୋଦି

କରୋନା ସଂକ୍ରମଣ ଯୋଗୁ ରାଜସ୍ଥାନର ପୂର୍ବ ମନ୍ତ୍ରୀ ତଥା ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କ ପରଲୋକ ହୋଇଛି। କରୋନା ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ କିରଣଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ହସ୍ପିଟାଲରେ ହିଁ ସେ ଆଖି ବୁଜିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜସ୍ଥାନର ନେତ୍ରୀ କିରଣ ମାହେଶ୍ୱରୀଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରି ଲେଖିଛନ୍ତି, ‘କିରଣ ମାହେଶ୍ୱରୀଙ୍କ ଅଚାନକ ବିୟୋଗରେ ମୁଁ ମର୍ମାହତ। ରାଜସ୍ଥାନ ସରକାରରେ ସାଂସଦ, ବିଧାୟକ କିମ୍ବା କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ। ସେ ରାଜ୍ୟ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି। ଏଥିସହ ଗରିବଙ୍କୁ ସଶକ୍ତ କରିବାରେ ମଧ୍ୟ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଏଭଳି ଅଚାନକ ପରଲୋକରେ ତାଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ, ଏତିକି କାମନା କରୁଛି। ଓଁ ଶାନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.