Below header

Airtel ଲଞ୍ଚ କଲା ଜବରଦସ୍ତ ଅଫର, ଏଣିକି ୧୭୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ମିଳିବ ୨ଲକ୍ଷ ଟଙ୍କାର ଲାଇଫ ଇନ୍ସୁରାନ୍ସ

ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଟେଲିକମ କମ୍ପାନୀ ଯେମିତି ନିଜ ନିଜ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଚଲାଇଛନ୍ତି । ଏଣୁ ଦେଶର ତିନି ପ୍ରମୁଖ କମ୍ପାନୀ ମାନେ ବହୁ ଶାନଦାର ଅଫର ମାନ ବଜାରକୁ ଛାଡ଼ୁଛନ୍ତି । ଗ୍ରାହକ ମାନଙ୍କୁ ମନ ମୁତାବକ ଡାଟା ସହ ଅନ୍ୟାନ ସୁବିଧା ମାନ ମଧ୍ୟ ମିଳୁଛି । ଏବେ ଦେଶର ଅନ୍ୟତମ ବରିଷ୍ଠ କମ୍ପାନୀ ଏୟାର ଟେଲ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ନିଜର ଏକ ନୂଆ ୧୭୯ ପ୍ଲାନକୁ ବଜାରରେ ପ୍ରବେଶ କରାଇଛି । ଏହା ମାଧ୍ୟମରେ ୟୁଜର୍ସ ମାନଙ୍କୁ ଅନଲିମିଟେଡ଼ କଳିଙ୍ଗ ସହ ଲାଇଫ ଇନ୍ସୁରାନ୍ସର ସୁବିଧା ମଧ୍ୟ ମିଳିପାରିବ ।

air tel prepaid

Airtelର ୧୭୯ ଟଙ୍କିଆ ପ୍ଲାନ:

ଏୟାର ଟେଲ ଉପଭୋକ୍ତା ମାନଙ୍କୁ ଏହି ପ୍ଲାନରେ ସମୁଦାୟ ୨ ଜିବି ଡାଟା ଓ ୩୦୦ ଏସଏମଏସର ସୁବିଧା ମିଳିବ । ଏହା ସହ ଯେକୌଣସି ନେଟୱର୍କକୁ ଅନଲିମିଟେଡ଼ କଲ ବି କରାଯାଇପାରିବ । ଭାରତୀ ଏକ୍ସା ତରଫରୁ ୨ ଲକ୍ଷ ଟଙ୍କାର ଲାଇଫ ଇନ୍ସୁରାନ୍ସ ମିଳିପାରିବ । ଯେବେକି ଏହି ପ୍ଲାନର ସମୟ ସୀମା ୨୮ ଦିନ ହିଁ ରହିବ । ୧୮ ରୁ ୫୪ ବର୍ଷ ଭିତରର ବ୍ୟକ୍ତି ମାନଙ୍କୁ ହିଁ କେବଳ ଏହି ସୁବିଧା ମିଳିବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି । କିନ୍ତୁ ଏନେଇ ଉପଭୋକ୍ତା ମାନଙ୍କୁ କୌଣସି ମେଡିକାଲ ଟେଷ୍ଟ କି କୌଣସି କାଗଜ ପତ୍ର ଦେବାକୁ ପଡିବ ନାହିଁ । ୟୁଜର୍ସ ମାନେ ବି ଏୟାର ଟେଲ ରିଟେଲ ଷ୍ଟୋର ଯାଇ ଫିଜିକାଲ ବା ହାର୍ଡ କପି ପାଇଁ ଅପିଲ କରିପାରିବେ ।

air tel

Airtelର ୨୭୯ ଟଙ୍କିଆ ପ୍ଲାନ:

ୟୁଜର୍ସ ମାନଙ୍କୁ କମ୍ପାନୀର ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ଓ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଏଥିରେ ଯେକୌଣସି ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗର ସୁବିଧା ମଧ୍ୟ ରହିଛି । ଯେଉଁଥିରେ କମ୍ପାନୀ ୪ ଲକ୍ଷ ଟଙ୍କାର ଲାଇଫ ଇନ୍ସୁରାନ୍ସ ସୁବିଧା ମିଳିବ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଥିଲା ।

ୟୁଜର୍ସ ମାନଙ୍କୁ କମ୍ପାନୀର ୩୭୯ ଟଙ୍କିଆ ପ୍ଲାନରେ ୬ ଜିବି ଡାଟା ସମେତ ୯୦୦ ଟି ଏସଏମଏସର ସୁବିଧା ମଧ୍ୟ ମିଳିବ । କୌଣସି ନେଟୱର୍କକୁ ଅନଲିମିଟେଡ଼ କଲ କରି ପାରିବା ସହ ପ୍ଲାନର ବୈଧତା ୮୪ ଦିନ ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.