Below header

ବରଗଡ଼ ଲାଖମରା କଲେଜ ଛକ ନିକଟରେ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକ, ଶୀଘ୍ର ଦାବି ପୂରଣ କରିବାକୁ ଦେଲେ ଚେତାବନୀ

ବରଗଡ଼(କେନ୍ୟୁଜ୍): ଧାନ ବସ୍ତା ରଖି ରାସ୍ତାରୋକ । ବରଗଡ଼ ପଦ୍ମପୁର ବାଏସନା ରୋଡ ଲାଖମରା କଲେଜ ଛକ ନିକଟରେ ଚାଷୀ ଧାନବସ୍ତା ପକାଇ ରାସ୍ତାରୋକ କରିଛନ୍ତି । ଲାଖମରା ସୋସାଇଟିର ପାଖାପାଖି ୩୦୮ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ଚାଷୀ ଧାନ ବିକ୍ରି କରିନାରୁନାହାନ୍ତି । ସେମାନେ ପଦ୍ମପୁର ଉପଜିଲ୍ଲାପାଳ ଓ ବରଗଡ଼ ଜିଲ୍ଲାପାଳଙ୍କୁ ସମସ୍ୟା ସଂପର୍କରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଫଳରେ ବାଧ୍ୟ ହୋଇ ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି । ଦାବି ପୂରଣ ନହେବା ଯାଏ ରାସ୍ତାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.