Airtelର ସବୁଠାରୁ ଶସ୍ତା 4G ଡାଟା, ୫୮ ଟଙ୍କାରୁ ଆରମ୍ଭ ହେଉଥିବା ଏହି ପ୍ଲାନ୍‌ ସହିତ ମିଳିଥାଏ 50GB ପର୍ଯ୍ୟନ୍ତ ଡାଟା; ଜାଣନ୍ତୁ ଅନ୍ୟାନ୍ୟ ପ୍ଲାନ

ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକ ଦ୍ୱାରା ବଢ଼ା ଯାଇଥିବା ଶୁଳ୍କ କେବଳ ଅନଲିମିଟେଡ୍‌ ପ୍ରିପେଡ୍ ପ୍ଲାନ୍ସକୁ ବଦଳାଇ ଦେଇ ନାହିଁ, ବରଂ 4G ଡାଟା ଭାଉଚରର ମୂଲ୍ୟ ମଧ୍ୟ ବୃଦ୍ଧି କରିଛି। 4G ଡାଟା ଭାଉଚର୍ ହେଉଛି ଆଡ୍-ଅନ୍ ଡାଟା ପ୍ୟାକ୍, ଯାହା ଟେଲିକମ୍‌ ନିଜର ୟୁଜରମାନଙ୍କୁ ଏକ ଅତିରିକ୍ତ ମୂଲ୍ୟରେ ପ୍ରଦାନ କରିଥାଏ। ଦୈନିକ ଡାଟା ଶେଷ ହେବା ପରେ ଏହାକୁ ବ୍ୟବହାର କରାଯାଇ ପାରିବ। ଏମିତିରେ ଭାରତୀ ଏୟାରଟେଲ ମଧ୍ୟ ନିଜର ଗ୍ରାହକଙ୍କୁ କିଛି ଡାଟା ଭାଉଚର୍ ଦେଉଛି, ଯାହା ଅତିରିକ୍ତ ଲାଭ ସହିତ ଆସିଥାଏ। ଅଧିକ ଡାଟା ବ୍ୟବହାରକୁ ଦୃଷ୍ଟିରେ ରଖି ଏୟାରଟେଲ୍ ନିଜର ଗ୍ରାହକମାନଙ୍କୁ କେତେକ 4G ଡାଟା ଭାଉଚର୍ ଅଫର୍‌ କରିଛି। ଆଜି ଆମେ ଆପଣଙ୍କୁ ଏହି ଖାସ୍‌ ଡାଟା ପ୍ଲାନ ବିଷୟରେ କହିବୁ।

ଏୟାରଟେଲ 4G ଡାଟା ଭାଉଚର ତାଲିକା

ଏୟାରଟେଲର 58 ଟଙ୍କିଆ ପ୍ଲାନ: ଏୟାରଟେଲ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରଥମ ଡାଟା ଭାଉଚର ହେଉଛି 58 ଟଙ୍କାର। 58 ଟଙ୍କାରେ ଏୟାରଟେଲ ୟୁଜର୍ସ ମୋଟ 3GB ଇଣ୍ଟରନେଟ୍ ଡାଟା ପ୍ରାପ୍ତ କରି ପାରିବେ। ଏହି ପ୍ଲାନର ବୈଧତା ୟୁଜରଙ୍କ ଦ୍ୱାରା ବ୍ୟବହୃତ ଅନ୍ୟ ପ୍ୟାକ୍ ସହିତ ସମାନ, ଯାହା ଅର୍ଥ ହେଉଛି, ଏହି ପ୍ଲାନ କେବଳ ଆକ୍ଟିଭ ବଣ୍ଡଲ୍ ଏବଂ ସ୍ମାର୍ଟ ପ୍ୟାକ୍ ୟୁଜରଙ୍କ ପାଇଁ ଉଦ୍ଦିଷ୍ଟ। ଏହା ଧ୍ୟାନ ରଖିବାକୁ ହେବ ଯେ 3GB ଡାଟା ସମାପ୍ତ ହେବା ପରେ ୟୁଜରଙ୍କଠାରୁ ପ୍ରତି MB ପିଛା ୫୦ ପଇସା ଶୁଳ୍କ ନିଆଯିବ।

ଏୟାରଟେଲର 98 ଟଙ୍କିଆ ପ୍ଲାନ: ଏୟାରଟେଲ ତାଲିକାରେ ପରବର୍ତ୍ତୀ 4G ଡାଟା ଭାଉଚର ହେଉଛି 98 ଟଙ୍କାର। ଏହି ପ୍ଲାନ ମୋଟ 5GB ହାଇ-ସ୍ପୀଡ୍ ଡାଟା ପ୍ରଦାନ କରିଥାଏ। ଏହି ପ୍ଲାନ ଅକ୍ଟିଭ ବଣ୍ଡଲ୍ ଏବଂ ସ୍ମାର୍ଟ ପ୍ୟାକ୍ ବ୍ୟବହାରକାରୀଙ୍କ ପାଇଁ ରହିଛି। ଏହା ବ୍ୟତୀତ 98 ଟଙ୍କିଆ ଡାଟା ଭାଉଚର୍ ୱିଙ୍କ୍ ମ୍ୟୁଜିକ୍ ପ୍ରିମିୟମର ସବସ୍କ୍ରିପସନ୍ ସହିତ ଆସିଥାଏ। ଏହା କମ୍ପାନୀର ନିଜସ୍ୱ ମ୍ୟୁଜିକ୍ ଆପ୍, ଯାହା ସଙ୍ଗୀତ, ଲାଇଭ୍ କନ୍‌ସର୍ଟ, ପୋଡକାଷ୍ଟ ଶୁଣିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ। 5GB ଡାଟା ସରିବା ପରେ ୟୁଜରଙ୍କଠାରୁ ପ୍ରତି MB ପିଛା ୫୦ ପଇସା ଚାର୍ଜ କରାଯିବ।

108 ଟଙ୍କାର 4G ଡାଟା ଭାଉଚର୍: ତାଲିକାର ପରବର୍ତ୍ତୀ ପ୍ଲାନ 108 ଟଙ୍କାର 4G ଡାଟା ଭାଉଚର୍ ରହିଛି। ଏୟାରଟେଲର 108 ଟଙ୍କାର ପ୍ଲାନ 6GB ଇଣ୍ଟରନେଟ୍ ଡାଟା ପ୍ରଦାନ କରିଥାଏ। ଏହି ପ୍ଲାନ ଆକ୍ଟିଭ୍ ବଣ୍ଡଲ୍ ପ୍ୟାକ୍ ଏବଂ ସ୍ମାର୍ଟ ପ୍ୟାକ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହା ବ୍ୟତୀତ ୟୁଜରମାନେ ୩୦ ଦିନର ଅବଧି ପାଇଁ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ମୋବାଇଲ୍ ଏଡିଶନର ମଧ୍ୟ ଲାଭ ଉଠାଇ ପାରିବେ, ଯାହାକୁ ଏହି ପ୍ଲାନ ସହିତ ବଣ୍ଡଲ କରାଯାଇଛି। ଏଥି ସହିତ 6GB ଡାଟା ସମାପ୍ତ ହେବା ପରେ ୟୁଜରଙ୍କଠାରୁ ପ୍ରତି MB ପିଛା ୫୦ ପଇସା ଶୁଳ୍କ ନିଆଯିବ।

ଏୟାରଟେଲର 118 ଟଙ୍କିଆ ପ୍ଲାନ: 118 ଟଙ୍କା ମୂଲ୍ୟରେ ଏୟାରଟେଲ 12GB ଇଣ୍ଟରନେଟ ଡାଟା ପ୍ରଦାନ କରିଥାଏ। ଯଦିଓ ଏହି ଯୋଜନା ଉପରୋକ୍ତ ଦୁଇଟି ପରି କୌଣସି ଅତିରିକ୍ତ ଲାଭ ପ୍ରଦାନ କରେ ନାହିଁ।

148 ଟଙ୍କା ମୂଲ୍ୟର 4G ଡାଟା ପ୍ଲାନ୍: 148 ଟଙ୍କାରେ ଏୟାରଟେଲ୍ ବ୍ୟବହାରକାରୀ ମୋଟ 15GB ଇଣ୍ଟରନେଟ୍ ଡାଟା ପାଇ ପାରିବେ। ଏହି ପ୍ଲାନ ଆକ୍ଟିଭ୍ ବଣ୍ଡଲ୍ ଏବଂ ସ୍ମାର୍ଟ ପ୍ୟାକ୍ ୟୁଜରଙ୍କ ପାଇଁ ମଧ୍ୟ ଉପଲବ୍ଧ। ଏହା ଧ୍ୟାନ ରଖିବାକୁ ହେବ ଯେ 3GB ଡାଟା ସମାପ୍ତ ହେବା ପରେ ୟୁଜରଙ୍କଠାରୁ ପ୍ରତି MB ୫୦ ପଇସା ଶୁଳ୍କ ନିଆଯିବ। ଏଥି ସହିତ ଏହି ପ୍ଲାନ ଏୟାରଟେଲ ଏକ୍ସଷ୍ଟ୍ରିମ ଆକ୍ସେସ୍ ଅଫର କରିଥାଏ, ଯାହା ଏୟାରଟେଲ ଏକ୍ସଷ୍ଟ୍ରିମ ଆପ୍‌ରେ କୌଣସି ବି ଏକ୍ସଷ୍ଟ୍ରିମ ଚ୍ୟାନେଲକୁ ୩୦ ଦିନ ପର୍ଯ୍ୟନ୍ତ ଚଲାଇବାକୁ ଅନୁମତି ଦେଇଥାଏ।

301 ଟଙ୍କା ପ୍ଲାନ: ସବୁଠାରୁ ମହଙ୍ଗା 4G ଡାଟା ଭାଉଚର୍ ହେଉଛି 301 ଟଙ୍କା। ଏୟାରଟେଲ୍ 301 ଟଙ୍କା ମୂଲ୍ୟରେ ମୋଟ 50GB ଇଣ୍ଟରନେଟ୍ ଡାଟା ପ୍ରଦାନ କରିଥାଏ ଏବଂ ଏହାର ବୈଧତା ଉପଲବ୍ଧ ଥିବା ଅନ୍ୟାନ୍ୟ ପ୍ଲାନ ସହିତ ସମାନ। ଏତଦ୍‌ ବ୍ୟତୀତ ଏହା କେବଳ ଗୋଟିଏ ଅତିରିକ୍ତ ଲାଭ ପ୍ରଦାନ କରିଥାଏ, ଯାହା ୱିଙ୍କ୍ ମ୍ୟୁଜିକ୍ ପ୍ରିମିୟମ୍ ପର୍ଯ୍ୟନ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.