ଆମାଜନ ସିଇଓ ଜେଫ ବେଯୋଶ ‘ମେକ ଇନ ଇଣ୍ଡିଆ’ରେ ନିବେଶ କରିବେ ୭,୦୦୦ କୋଟି ଟଙ୍କା

ପୃଥିବୀର ସବୁଠୁ ବଡ ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ ବେଯୋଶ ମଙ୍ଗଳବାର ଭାରତ ଗସ୍ତରେ ଆସିଛନ୍ତି । ଆମାଜନଙ୍କ ଦ୍ୱାରା ଆୟୋଜିତ ‘କ୍ଷୁଦ୍ର ଓ ମଧ୍ୟମ ସମ୍ମେଳନ’ରେ ଯୋଗ ଦେଇ ବେଯୋଶ କହିଛନ୍ତି କି ଏକବିଂଶ ତମ ଶତାବ୍ଦୀକୁ ଭାରତର ଶତାବ୍ଦୀ ନାମରେ ହିଁ ଜଣାଯିବ । ଆମାଜନ କମ୍ପାନୀ ଭାରତର ଲଘୁ ଓ ମାଧ୍ୟମ ଉପକ୍ରମ ଗୁଡିକୁ ଡିଜିଟାଲ ବନେଇବା ପାଇଁ ଏକ ଆରବ ଡ଼ଲାର ବା ୭୦୦୦ କୋଟି ଟଙ୍କା ନିବେଶ କରିବ ।
ବେଯୋଶ ଏହା ମଧ୍ୟ କହିଛନ୍ତି କି ଆମାଜନ କମ୍ପାନୀ ୨୦୨୫ ମସିହା ସୁଦ୍ଧା ୧୦ ଆରବ ଡ଼ଲାର ବା ୭୧,୦୦୦ ଟଙ୍କା ମେକ ଇନ ଇଣ୍ଡିଆ ଉତ୍ପାଦ ଗୁଡିକ ଉପରେ ନିବେଶ କରିବ ।

bejos

ଏକବିଂଶ ଶତାବ୍ଦୀ ସୁଦ୍ଧା ଭାରତ ଓ ଆମେରିକା ଭିତର ସମ୍ପର୍କ ଅଧିକ ଦୃଢ ହେବ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଆସନ୍ତା ଜୁନ ମାସ ସୁଦ୍ଧା ଆମାଜନ କମ୍ପାନୀ ଭାରତରେ ପ୍ୟାକିଂ ପାଇଁ ଆବଶ୍ୟକ ହେଉଥିବା ପ୍ଲାଷ୍ଟିକକୁ ସମ୍ପୂର୍ଣ ରୂପେ ବନ୍ଦ କରିଦେବ । ଆସନ୍ତା ବର୍ଷ ଭିତରେ କମ୍ପାନୀ ନିଜ କାର୍ବନ ଫୁଟପ୍ରିଣ୍ଟକୁ ଯଥାସମ୍ଭବ କମ କରିବା ପାଇଁ ଲକ୍ଷ କରିଛି । ବିଶ୍ୱର ବଡ ବଡ କମ୍ପାନୀ ମାନଙ୍କ ସିଇଓ ମାନେ ମିଶି ଏହି କାମ ଉପରେ ଧ୍ୟାନ ଦେବେ । ନିଜ ଅନୁଭୂତି କୁ ନେଇ ବେଯୋଶ ଆହୁରି ମଧ୍ୟ କହିଛନ୍ତି କି ନିଜ ଜୀବନରେ ଅନେକ ଅସଫଳ ହେବା ପରେ ହିଁ ସେ ସଫଳତା ହାସଲ କରିପାରିଛନ୍ତି । ବେଯୋଶ ଆହୁରି ମଧ୍ୟ କହିଥିଲେ କି ଏଣିକି ତାଙ୍କ କମ୍ପାନୀ ମହାକାଶରେ ବ୍ୟବସାୟ କରିବା ପାଇଁ ଉଦ୍ୟମ କରିବ ।

bejos

ନିଜ କମ୍ପାନୀ ‘ବ୍ଲୁ ହରିଜୋନ’ ମାଧ୍ୟମରେ ମହାକାଶରେ ବିଭିନ୍ନ ବ୍ୟବସାୟୀ ମାନଙ୍କୁ ନିବେଶ କରିବା ପାଇଁ ପ୍ରୋତ୍ସାହିତ କରିବା ସହ ଥରକରୁ ଅଧିକ ଥର ଯାଇପାରୁଥିବା ରକେଟକୁ ହିଁ ପ୍ରୟୋଗ କରିବ । ପୃଥିବୀରେ ଏଯାବତ ସମ୍ବଳ ଖୁବ ସୀମିତ ପରିମାଣରେ ଅଛି । ଆମାଜନ ଜାନୁଆରୀ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ‘ସମ୍ଭବ’କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ସମୟରେ ବେଯୋଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଫିଲ୍ମ ଜଗତର ବିଭିନ୍ନ ବଡ ବଡ ହସ୍ତୀ ତଥା ରିଲାଏନ୍ସ କମ୍ପାନୀ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସହ ମଧ୍ୟ ସାକ୍ଷାତ କରିବେ । ସେ ଭାରତରେ ଆମାଜନ କମ୍ପାନୀର ସମସ୍ତ କାର‌୍ୟ୍ୟର ସମୀକ୍ଷା କରିବେ ।

ଏହା ସହ ନୂଆ ନୂଆ ଯୋଜନା ମାନ ମଧ୍ୟ ପ୍ରଣୟନ କରିବେ । ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବେଯୋଶ ସର୍ବ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ରାଜଘାଟରେ ଭାରତୀୟ ପରିଧାନରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.