ଆସନ୍ତା ବର୍ଷ ଜୁନ ୩୦ ଯାଏଁ “Work from Home”ର ସୁବିଧା ନେଇପାରିବେ Amazon କର୍ମଚାରୀ

କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ଅନ୍ୟତମ ନାମୀ ଇ- କମର୍ସ ସାଇଟ ଆମାଜନ ନିଜ କର୍ମଚାରୀଙ୍କ ପାଇଁ ଘରୁ କାମ କରିବା “Work from Home” ସୁବିଧା ଲଞ୍ଚ କରିଥିଲେ । କିନ୍ତୁ ଆମାଜନ କର୍ମଚାରୀ ମାନେ ଏଣିକି ୨୦୨୧ ଜୁନ ୩୦ ତାରିଖ ଯାଏଁ “Work from Home” ସୁବିଧାରେ କାମ କରି ପାରିବେ । କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ହିଁ ଏବାବଦରେ ସୂଚନା ଦେଇଛନ୍ତି । ଆଉ ଏହା ମଧ୍ୟ କହିଛନ୍ତି କି, ବିଶ୍ୱସ୍ତରରେ ହିଁ ଏହି ନିୟମ ଲାଗୁ ରହିବ । କମ୍ପାନୀର ସମସ୍ତ ୱେୟର ହାଉସ ଓ ଅଫିସ ମାନଙ୍କରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣକୁ କମ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ଏହାସହ ମାସ୍କ ବ୍ୟବହାର, ନିୟମିତ ବ୍ୟବଧାନରେ ଶରୀରର ତାପମାତ୍ରା ମାପିବା, ସାନିଟାଇଜେସନ କରିବା ସହ ସାମାଜିକ ଦୂରତା ପାଳନକୁ ବାଧ୍ୟତା ମୂଳକ କରାଯାଇଛି ।

ଏହି ନିକଟରେ ହିଁ ଆମେରିକା ସ୍ଥିତ ଆମାଜନର ୧୯,୦୦୦ କର୍ମଚାରୀ କରୋନା ସଂକ୍ରମିତ ଥିବା ଜଣା ପଡ଼ିଥିଲେ । ଯାହା ପରେ ହିଁ କମ୍ପାନୀ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । କହିରଖିବା ଉଚିତ ହେବକି, ଟ୍ୱିଟର କମ୍ପାନୀ କର୍ମଚାରୀ ମାନଙ୍କୁ ରିଟାୟମେଣ୍ଟ ପର୍ଯ୍ୟନ୍ତ ଘରୁ କାମ କରିବା ନେଇ ସୁବିଧା ଜାରି କରିଥିଲେ । ଏହାସହ ମାଇକ୍ରୋସଫ୍ଟ ବି ଏହି ଧରଣର ସମାନ ନିୟମ ଜାରି କରିଥିଲେ । ଫେସବୁକ କମ୍ପାନୀ ଆସନ୍ତା ବର୍ଷ ଜୁଲାଇ ପର୍ଯ୍ୟନ୍ତ ଘରୁ କାମ କରିବା ନେଇ ନିୟମ ଜାରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.