Below header

ଏବେ ଆମାଜନ ବି କରିବ ମେଡିସିନ୍‌ର ହୋମ୍‌ ଡେଲିଭରି, ଏହି ସହରରେ ଆରମ୍ଭ ହେଲା ସେବା

ଆମେରିକା କମ୍ପାନୀ ଆମାଜନ୍‌ ଏବେ ଭାରତରେ ଔଷଧର ମଧ୍ୟ ହୋମ୍‌ ଡେଲିଭରି କରିବ। କମ୍ପାନୀ ଏହି ନୂଆ ଯୋଜନାର ଆରମ୍ଭ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଆରମ୍ଭ କରିବାକୁ ଯାଉଛି। ଗୁରୁବାର ଦିନ ଏନେଇ କମ୍ପାନୀ ତରଫରୁ ଘୋଷଣା କରାଯାଇଛି।

କମ୍ପାନୀ ତରଫରୁ କୁହାଯାଇଛି ଯେ ମେଡିସିନ୍‌ ବିତରଣ ପାଇଁ କମ୍ପାନୀ ତରଫରୁ ଆମାଜନ୍‌ ଫାର୍ମାସୀର ଆରମ୍ଭ କରାଯାଇଛି। ଏଥିରେ ପ୍ରେସ୍‌କ୍ରିପସନ୍‌ ଅନୁସାରେ ମେଡିସିନ୍‌, ସ୍ୱାସ୍ଥ୍ୟ ଉପକରଣ ଓ ହିନ୍ଦୁସ୍ତାନ ହର୍ବଲ ମେଡିସିନ୍‌ ଆଦି ବିକ୍ରି କରାଯିବ। ତେବେ ବର୍ତ୍ତମାନ ଏହି ମେଡିସିନ୍‌ ବିକ୍ରି କେବଳ ବେଙ୍ଗାଲୁରୁରେ କରାଯିବ। ପରେ ଧୀରେ ଧୀରେ ସାରା ଦେଶରେ ଏହି ସେବା ଉପଲବ୍ଧ ହେବ।

amazon-pharmacy

ବର୍ତ୍ତମାନ କରୋନା ସ୍ଥିତିରେ ଲୋକମାନେ ବାହାରକୁ ବାହାରିବାକୁ ଡରୁଥିବା ବେଳେ କମ୍ପାନୀର ଏହି ନୂଆ ଯୋଜନା ଲୋକଙ୍କୁ ସାହାଯ୍ୟ କରିବ ବୋଲି ଆମାଜନ ପକ୍ଷରୁ କୁହାଯାଇଛି। ତେବେ ଆମାଜନ୍‌ ପୂର୍ବରୁ ଓ୍ଵାନ୍‌ ଏମ୍‌ଜି, ନେଟ୍‌ମେଡ୍‌ସ, ମେଡ୍‌ଲାଇଫ ଓ ଫାର୍ମଇଜି ଆଦି କମ୍ପାନୀ ମେଡିସିନ୍‌ର ହୋମ୍‌ ଡେଲିଭରି କରିଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.