Below header

ଭାଷଣ ମଝିରେ ଜଣେ ବ୍ୟକ୍ତି କଲେ ଏମିତି କିଛି, ଯାହାପରେ ଅଚାନକ ଲୋକେ ମାରିଲେ ତାଳି; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ବହୁତ ମଜାଦାର ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକମାନେ ହସି ହସି ବେଦମ୍‌ ହେଉଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ମଝିରେ ଛିଡା ହୋଇ ଭାଷଣ ଦେଉଛନ୍ତି। ଆଉ ଠିକ୍‌ ଏତିକିବେଳେ ସେଠାରେ ଭାଷଣ ଶୁଣୁଥିବା ଜଣେ ବ୍ୟକ୍ତି କିଛି ଏମିତି କରିଦେଲେ ଯେ ଯାହା ପରେ ସବୁ ଲୋକ ତାଳି ମାରିବାରେ ଲାଗିଲେ। ଏହି ଭିଡିଓକୁ ଆଇପିଏସ ଅଫିସର ଅରୁଣ ବୋଥ୍ରା ମଜାଦାର କ୍ୟାପସନ୍‌ ସହିତ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଟ୍ଵିଟରରେ ଖୁବ୍‌ ଭାଇରାଲ ହେଉଛି।

ଆପଣ ଜାଣିଛନ୍ତି ମଣିଷ ଅନ୍ୟକୁ ଅନୁକରଣ କରିବାରେ ମାଷ୍ଟର। ଯିଏ ଯାହା କଲା କିଛି ବୁଝନ୍ତୁ ନ ବୁଝନ୍ତୁ ସେ ବି ସେୟା କରିବେ। ଠିକ୍‌ ଏମିତି ଏକ ଘଟଣା ଆପଣ ଏ ଭିଡିଓରେ ଦେଖିପାରିବେ। ଜଣେ ବ୍ୟକ୍ତି ଭାଷଣ ଶୁଣୁଥିବା ବେଳେ ତମାକୁ ମଳୁଛନ୍ତି। ଯେମିତି ହିଁ ବ୍ୟକ୍ତି ଜଣଙ୍କ ତମାକୁ ମଳି ହାତକୁ ବାଡଉଛନ୍ତି ସେଠାରେ ଥିବା ଲୋକ କିଛି ବୁଝିନାହାନ୍ତି ହଠାତ୍‌ ତାଳି ମାରିବାରେ ଲାଗିଲେ। ଲୋକଙ୍କୁ ଏହା ମଧ୍ୟ ଜଣାନାହିଁ ଯେ ତାଳି ତିଏ ଆଉ କାହିଁକି ମାରିଲା। ତେବେ ଭାଷଣ ମଝିରେ ଲୋକଙ୍କୁ ଏମିତି ତାଳି ମାରୁଥିବାର ଦେଖି ଲୋକଙ୍କର ମନୋବଳ ନିଶ୍ଚୟ ବଢ଼ିଥିବ।

ତେବେ ଏହି ଭିଡିଓକୁ ଅରୁଣ ବୋଥ୍ରା ନିଜ ଟ୍ଵିଟରରେ ସେୟାର ହେବା ମାତ୍ରକେ ହିଁ ଖୁବ୍‌ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ଲୋକମାନେ ରିଟ୍ଵିଟ କରିବା ସହିତ ବହୁତ ମାତ୍ରାରେ ଲାଇକ ମଧ୍ୟ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.