Below header

NH-୧୬ର ହେଉଛି ନବକଳେବର, କିନ୍ତୁ ଲଗାଯାଉନାହିଁ ସାବଧାନ କିମ୍ବା ଚେତାବନୀ ଫଳକ, ବଢିଚାଲୁଛି ଦୁର୍ଘଟଣାର ମାତ୍ରା

କେନ୍ୟୁଜ୍(ବ୍ୟୁରୋ): ଚେନ୍ନାଇ ଠାରୁ କଲିକତାକୁ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥ ଏବେ ବିପଦ ସଂକୁଳ। ୪ ୱେ ଲେନ ପାଇଁ ରାସ୍ତାର ପ୍ରଶସ୍ତୀକରଣ କାମ ଚାଲୁରଖିଛି ଏନଏଚଆଇ। ଏହି ୪ ୱେ ଲେନ ପାଇଁ ଏନଏଚଆଇ ପ୍ରତ୍ୟେକ ଛକମାନଙ୍କରେ ଫ୍ଲାଏ ଓଭର ନିର୍ମାଣ କରୁଛି। ଯାହା ଫଳରେ ଅନେକ ଜାଗାରେ ରାଜପଥକୁ ଏକକ ରାସ୍ତାରେ ପରିଣତ କରିଛି।

truck accident

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଏହି ଏକକ ରାସ୍ତା ଆରମ୍ଭରେ କୌଣସି ସାବଧାନ, ଚେତାବନୀ ଫଳକ କିମ୍ବା ରାତ୍ରୀ  ସମୟ ପାଇଁ ରେଡିୟମ ଲଗାଯାଇ ନାହିଁ ।ଯାହଦ୍ବାରା ଅନେକ ଦୁର୍ଘଟଣା  ଘଟି ଧନଜୀବନ ନଷ୍ଟ ହେଉଛି। କିନ୍ତୁ  ଠିକା ଦେଇଥିବା ସଂସ୍ଥାର ଖାମଖିଆଲ କାମକୁ ନଜର ଅନ୍ଦାଜ କରି ନିଘୋଡ ନିଦରେ ଶୋଇଯାଇଛି ଏନଏଚଆଇ ।

nh 16

ବର୍ଷ ବର୍ଷ ଧରି ଜାତୀୟ ରଜପଥରେ କିଛି ନା କିଛି  କାମ ଚଳାଇ ରାଜପଥକୁ ସିଙ୍ଗଲ ୱେ କରାଯାଉଛି । ଏହା ଦ୍ବାରା ଦୁର୍ଘଟଣାର ମାତ୍ରା ବୃଦ୍ଧି ପାଉଛି। ବିଶେଷ କରି ଭୁବନେଶ୍ବର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଚାଲୁଥିବା ରାଜପଥର କାମ ଦ୍ବାରା ଆମ୍ବୁଲାନ୍ସ ଭଳି  ଜରୁରୀକାଳୀନ ସେବା ବି ବାଧାପ୍ରାପ୍ତ ହେଉଛି।

bus-accident-tangi1

ପ୍ରତିଦିନ ଏହି ରାଜପଥରେ କେଉଁଠି ନା କେଉଁଠି ଦୁର୍ଘଟଣା ଘଟିଚାଲିଛି। ଯାହା ଚିନ୍ତାର ବିଷୟ ପାଲଟି ଯାଇଛି ଭୁବନେଶ୍ବର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କର। ତେବେ କାମ କେବେ ସରିବ ଓ ଅବ୍ୟବସ୍ଥା ନେଇ ଆମେ ଏନଏଚଆଇର ଭୁବନେଶ୍ବର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.