Below header

ପ୍ରସିଦ୍ଧ ଗାୟକ ଏସ୍‌ପି ବାଲ୍‌ସୁବ୍ରମନ୍ୟମ୍‌ କରୋନା ପଜେଟିଭ୍‌, ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ : ପ୍ରସିଦ୍ଧ ଗାୟକ ଏସ୍‌ପି ବାଲ୍‌ସୁବ୍ରମନ୍ୟମ୍‌ କରୋନାରେ ସଂକ୍ରମିତ ହେବା ପରେ ଚେନ୍ନାଇର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତୀ ହେବାରୁ ତାଙ୍କୁ ହସ୍‌ପିଟାଲ୍‌ର ଆଇସିୟୁକୁ ସ୍ତାନାନ୍ତରିତ କରାଯାଇଛି ।

ଅଗଷ୍ଟ ୫ରେ ତାଙ୍କର ଟେଷ୍ଟ ରିପୋର୍ଟରେ କରୋନା ଭାଇରସ୍‌ ଥିବା ଜଣାଯାଇଥିଲା । ତେବେ ଅଗଷ୍ଟ ୧୩ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତୀ ହେବାକୁ ଲାଗିଥିଲା ।

ଏହି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଗାୟକ ଗୁରୁତର ଅବସ୍ଥାକୁ ଯିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ସହ ଡାକ୍ତରମାନେ କଡ଼ା ନଜର ରଖିଛନ୍ତି । ସେ ଏବେ ସଙ୍କଟାପନ୍ନ ଅବସ୍ଥାରେ ଗତି କରୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.