MBBS କରିଛନ୍ତି କି ? ଓଡିଶାରେ ଖାଲିପଡିଛି ୧୮୭୧ ମେଡିକାଲ ପଦବୀ, ଜଲଦି କରନ୍ତୁ ଆବେଦନ

ସ୍ୱାସ୍ଥ୍ୟ ବିଭାଗ କିମ୍ବା ମେଡିକାଲ କ୍ଷେତ୍ରରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡିଶା ପବ୍ଲିକ ସର୍ଭିସ କମିଶନ(OPSC) ପକ୍ଷରୁ ଖାଲିପଡିଥିବା ମେଡିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଆବେଦନ ଗ୍ରହଣ କରିବାକୁ ଆଉ କିଛି ଦିନ ବାକି ରହିଛି। ଯଦି ଆପଣ ଇଚ୍ଛୁକ ରହିଛନ୍ତି ଆଉ ଆବେଦନ କରିନାହାନ୍ତି, ତେବେ ଖୁବଶୀଘ୍ର ଅଫିସିଆଲ େଓ୍ଵବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏଥିପାଇଁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଓଡିଶା ମେଡିକାଲ ଓ ହେଲ୍ଥ ସର୍ଭିସ କ୍ୟାଡରର ଗ୍ରୁପ-ଏ (ଜୁନିୟର ବ୍ରାଞ୍ଚ) ପଦବୀ ପାଇଁ ଆବେଦନ କରିପାରିବେ ।

ଓଡିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଖାଲିପଡିଥିବା ମେଡିକାଲ ଅଫିସର ପଦବୀରେ ରାଜ୍ୟରେ ମୋଟ ୧୮୭୧ ପଦବୀରେ ଭର୍ତ୍ତି ହେବ। ଏହି ପଦବୀ ପାଇଁ ନଭେମ୍ବର ୧୨ରୁ ଆବେଦନପତ୍ର ଗ୍ରହଣ କରାଯାଉଛି। ଆଉ ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ୧୩ ଡିସେମ୍ବର ରହିଛି। ଆପଣ ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟ୍‌ opsc.gov.in କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ: ୧୮୭୧

ସାଧାରଣ ବର୍ଗ : ୧୯୬

SEBC : ୧୧୪

ଅନୁସୂଚିତ ଜାତି: ୫୭୬

ଅନୁସୂଚିତ ଜନଜାତି: ୯୮୫

ଶିକ୍ଷାଗତ ଯୋଗ୍ୟତା: ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଏହିସବୁ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ମେଡିକାଲ କାଉନସିଲ୍‌ ଅଫ ଇଣ୍ଡିଆ ଦ୍ୱାରା ମାନ୍ୟତାପ୍ରାପ୍ତ ମେଡିକାଲ କଲେଜ କିମ୍ବା ମେଡିକାଲ ସଂସ୍ଥାରୁ ଏମବିବିଏସ୍‌ କିମ୍ବା ସମକକ୍ଷ ଡିଗ୍ରୀ ରହିବା ଆବଶ୍ୟକ।

ବୟସସୀମା: ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୨୧ ଏବଂ ସର୍ବାଧିକ ୩୧ ବର୍ଷ ହୋଇଥିବା ଜରୁରୀ।

ଆବେଦନ ଶୁଳ୍କ: ଓଡିଶାର ଅନୁସୂଚିତ ଜାତି / ଜନଜାତି ଏବଂ PWD ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ସେହିପରି ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଶୁଳ୍କ ୫୦୦ ଟଙ୍କା ରହିଛି।

ଦରମା: ଓଆରଏସପି ରୁଲ, ୨୦୧୭ ଅଧୀନରେ ଲେଭେଲ 12, ସେଲ -1 ପେ ମାଟ୍ରିକ୍ସ ଅନୁଯାୟୀ ଚୟନ ହୋଇଥିବା ବ୍ୟକ୍ତିଙ୍କୁ ୫୬ ହଜାର ୧୦୦ ଟଙ୍କା ଆଧାରରେ ଦରମା ମିଳିବ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଧାରିତ ହୋଇଥିବା ମହଙ୍ଗା ଭତ୍ତା ଓ ଯାତ୍ରାକାଳୀନ ଭତ୍ତା ଦିଆଯିବ ।

ଯଦି କୌଣସି ଆବେଦନକାରି ଓଡିଶାର ହୋଇନଥିବେ ଆଉ ଓଡିଶା କାଉନ୍ସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନ ଅଧୀନରେ ରେଜିଷ୍ଟ୍ରେସନ କରିନଥିବେ ତେବେ ଆପଏଣ୍ଟମେଣ୍ଟ ଅର୍ଡର ଆସିବା ପୂର୍ବରୁ ଓଡିଶା ମେଡିକାଲ ରେଜିଷ୍ଟ୍ରେସନ ଆକ୍ଟ ସେକ୍ସନ-3 ଅଧୀନରେ ରେଜିଷ୍ଟ୍ରେସନ କରାଇନେବାକୁ ବାଧ୍ୟତାମୂଳକ ରଖାଯାଇଛି ।

ଲିଖିତ ପରୀକ୍ଷା ଆଧାରରେ ହିଁ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://freeebook.jagranjosh.com/free-pdf-page?file=opsc-m

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.