Below header

ଶିକ୍ଷକ ପଦବୀରେ ଚାକିରି କରିବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ କରନ୍ତୁ ଆବେଦନ

ଯଦି ଆପଣ ଶିକ୍ଷକ ହେବାକୁ ଇଛା ରଖିଛନ୍ତି ତେବେ ଆର୍ମି ପବ୍ଲିକ ସ୍କୁଲ (Army Public School) ଆପଣଙ୍କ ପାଇଁ ନେଇ ଆସିଛି ସୁବର୍ଣ୍ଣ ସୁଯୋଗ। ଦେଶରେ ସମୁଦାୟ ୧୩୭ ଆର୍ମି ପବ୍ଲିକ ସ୍କୁଲରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ପାଖାପାଖି ୮ହଜାର ପଦବୀ ଖାଲି ରହିଛି। ବର୍ତ୍ତମାନ ଏହି ସ୍କୁଲରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆଜି ହିଁ ଆବେଦନର ଶେଷ ତାରିଖ ରହିଛି।

ଜରୁରୀ ତାରିଖ:

ଆବେଦନ କରିବାର ପ୍ରାରମ୍ଭିକ ତାରିଖ- ୦୧ ଅକ୍ଟୋବର ୨୦୨୦

ଆବେଦନ କରିବାର ଶେଷ ତାରିଖ- ୨୦ ଅକ୍ଟୋବର ୨୦୨୦

ଅନଲାଇନ୍‌ ଆଡମିଟ୍‌ କାର୍ଡ ଜାରି ତାରିଖ- ୦୪ ନଭେମ୍ବର ୨୦୨୦ (ପରିବର୍ତ୍ତନ ହୋଇପାରେ)

ପରୀକ୍ଷା ତାରିଖ- ୨୧ ଏବଂ ୨୨ ନଭେମ୍ବର ୨୦୨୦

ରେଜଲ୍ଟ ଜାରି ହେବାର ତାରିଖ- ୨ ଡିସେମ୍ବର ୨୦୨୦ (ପରିବର୍ତ୍ତନ ହୋଇପାରେ)

teacher post1ଶିକ୍ଷାଗତ ଯୋଗ୍ୟତା:

ଆର୍ମି ପବ୍ଲିକ୍‌ ସ୍କୁଲରେ ଶିକ୍ଷକଙ୍କ ଭିନ୍ନ ଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ନିର୍ଦ୍ଦାରିତ କରାଯାଇଛି। ଯେପରି …

ପିଜିଟି- ପୋଷ୍ଟ ଗ୍ରାଜୁଏଟରେ ଅତିକମରେ ୫୦% ମାର୍କ ସହ ବିଏଡ୍‌ କରିଥିବା ଜରୁରୀ।

ଟିଜିଟି- ଅତିକମରେ ୫୦% ମାର୍କ ସହ ଗ୍ରାଜୁଏସନ୍‌ ଏବଂ ବିଏଡ୍‌ ଜରୁରୀ।

ପିଆରଟି- ୫୦% ଅଙ୍କ ସହ ଗ୍ରାଜୁଏସନ୍‌ ଏବଂ ବିଏଡ/ ଦୁଇ ବର୍ଷିୟ ଡିପ୍ଲୋମା ଜରୁରୀ।

ବୟସ ସୀମା:

ଫ୍ରେସରଙ୍କ ପାଇଁ ବୟସ ସୀମା ଅଧିକତମ ୪୦ ବର୍ଷ ନିର୍ଦ୍ଦାରିତ କରାଯାଇଛି। ସେହିଭଳି ଯେଉଁ ପାର୍ଥୀଙ୍କ ପାଖରେ ଅଭିଜ୍ଞତା ଥିବ ସେମାନଙ୍କ ପାଇଁ ବୟସ ସୀମା ଅଧିକତମ ୫୭ ବର୍ଷ ସ୍ଥିର କରାଯାଇଛି।

ଆବେଦନ ପ୍ରକ୍ରିୟା:

ଇଛୁକ ଏବଂ ଯୋଗ୍ୟ ଆବେଦନକାରୀ ୨୦ ଅକ୍ଟୋବର ୨୦୨୦ ସଂଧ୍ୟା ୫ଟା ମଧ୍ୟରେ େଓ୍ଵଲଫେୟାର ଏଜୁକେସନ ସୋସାଇଟିର ଅଧିକାରିକ ସାଇଟ୍‌ www.awesindia.com ମାଧ୍ୟମରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ ଶୁକ୍ଳ ୫୦୦ଟଙ୍କା ରହିଛି।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ଅନଲାଇନ୍‌ ସ୍କିନିଂ ଟେଷ୍ଟ, ସାକ୍ଷାତକାର ଏବଂ ଶିକ୍ଷଣ କୌଶଳର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.