Below header

ଟିମର ଖରାପ ପ୍ରଦର୍ଶନକୁ ନେଇ ମତ ରଖିଲେ CSK କ୍ୟାପଟେନ ଧୋନି, କହିଲେ ଏମିତି କିଛି….

ଚଳିତ ଆଇପିଏଲ ସିଜିନ୍ରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ସେତେଟା ଭଲ ନାହିଁ । ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ବି ୭ ଵିକେଟରେ ହାରିଛି ଦଳ । ପୂର୍ବରୁ ତିନି ତିନି ଥର ଆଇପିଏଲ ଚମ୍ପିୟନ୍ସ ହୋଇଥିବା ସିଏସକେର ପ୍ରଦର୍ଶନ ଏତେଟା ଖରାପ କେବେ ନଥିଲା । ଦଳର ଏମିତି ପରଫରମାନ୍ସ ଦେଖି କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ବି ନିରାଶ ହୋଇପଡିଛନ୍ତି ।

ସୋମବାର ମ୍ୟାଚ ଶେଷ ପରେ ନିଜେ ଧୋନି ଏକ ସାକ୍ଷାତତ୍କାରରେ କହିଛନ୍ତିକି, “ଦଳର ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ଆମେ ଚେଷ୍ଟା ଚଳାଇଛୁ । ପୁଣି ଥରେ ଦଳର ପରଫରମାନ୍ସକୁ ଆମକୁ ଖୁବ ନିରିଖେଇକି ଦେଖିବାକୁ ପଡିବ । କଣ ଭୁଲ ରହିଯାଉଛି ତାହାକୁ ଖୋଜି ବାହାର କରିବାକୁ ହେବ । କାରଣ ପ୍ରକ୍ରିୟା ଉପରେ ହିଁ ପରିଣାମ ନିର୍ଭର କରିଥାଏ । ଆଉ ଏହା ମଧ୍ୟ ସତ କି ଯଦି ପ୍ରକ୍ରିୟା ବା ପ୍ରୋସେସ ଠିକ ରୁହେ ପରିଣାମ ବି ସେହି ଅନୁପାତରେ ଭଲ ହୋଇଥାଏ ।”

ସେ ଏହା ମଧ୍ୟ କହିଛନ୍ତିକି, ଲଗାତାର ଦୁଇ ରୁ ତିନିଟି ମ୍ୟାଚରେ ଖରାପ ପ୍ରଦର୍ଶନ ପରେ ଲୋକେ ଟିମକୁ ସମାଲୋଚନା କରିବା ସହିତ ଗାଳି ଗୁଲଜ କରିବା ବି ଆରମ୍ଭ କରି ଦିଅନ୍ତି । କିନ୍ତୁ ଦଳ ଭିତରେ କଣ ହେଉଛି ତାହା ପ୍ରତି କାହାର ନିଘା ନଥାଏ । ପିଚ ବାବଦରେ ଧୋନି କହିଛନ୍ତିକି, ଏହି ପିଚ ସ୍ପୀଡ ବୋଲରଙ୍କୁ ସୁହାଇବ । ଏହାକୁ ଦୃଷ୍ଟିରେ ରଖି ହିଁ ସେ ରବୀନ୍ଦ୍ର ଜାଡେଜାଙ୍କୁ ମ୍ୟାଚରେ ସାମିଲ କରାଇ ଥିଲି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.