Below header

୫୦ ହଜାର ଟଙ୍କାରେ iPhone 11 ଓ ୨୩ ହଜାର ଟଙ୍କାରେ ଆଇଫୋନ ୭, ଆମାଜନରେ ଚାଲିଛି ଧମାକେଦାର ସେଲ୍‌

ଆଇଫୋନ୍ ଧରିବାର ବଢ଼ିଆ ସୁଯୋଗ। ଯେଉଁମାନେ ଆପଲ୍ ଫୋନ ଧରିବାର ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏବେ ଖାଲି ଅଫର ହିଁ ଅଫର। ଅନଲାଇନ୍ ସପିଂ ୱେବସାଇଟ ଆମାଜନ୍ ଇଣ୍ଡିଆ Apple Days ସେଲ୍ସ ଘୋଷଣା କରିଛି। ଯାହାଦ୍ୱାରା ଗ୍ରାହକ ଶସ୍ତାରେ ଆପଲ୍ ଆଇଫୋନ୍ କିଣିବାର ସୁଯୋଗ ପାଇପାରିବେ। ଆପଲ୍ ଡେଜ୍ ସେଲ ୧୬ ତାରିଖ ଯାଏଁ ଚାଲିବ। ଏହି ସେଲରେ କମ୍ପାନୀ ନିଜର ଲାଟେଷ୍ଟ iPhone 12 ସିରିଜ୍, iPhone 11, iPhone 7 ଏବଂ ଅନ୍ୟ ମଡେଲ୍ସ ଉପରେ ବି ଅଫର୍ସ ଦେଉଛି। ତାହେଲେ ଆସନ୍ତୁ ଜାଣିବା କେଉଁ ଆଇଫୋନ୍ କେତେ ଟଙ୍କାରେ ଆପଣ ପାଇପାରିବେ।

୨୩,୯୯୦ ଟଙ୍କାରେ ଆଇଫୋନ୍

ସେଲ୍ ଅନୁଯାୟୀ ଗ୍ରାହକ ଆପଲ୍ ଆଇଫୋନ ୧୧ କୁ ୫୧,୯୯୯ ଟଙ୍କାରେ କିଣିପାରିବେ। କହିବାକୁ ଗଲେ ଆପଣଙ୍କୁ ପୂରା ୨,୯୦୦ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି। ଏହାବ୍ୟତୀତ YES ବ୍ୟାଙ୍କ କ୍ରେଡିଟ୍ କାର୍ଡ ଇଏମଆଇ ଟ୍ରାନଜାକସନ ଉପରେ ୧୭୫୦ ଟଙ୍କାର ଅତିରିକ୍ତ ବା ଏକ୍ସଟ୍ରା ଡିସକାଉଣ୍ଟ ମିଳିବ। ସେଲରେ ଆପଲ୍ ଆଇଫୋନ୍ ୭କୁ ମଧ୍ୟ ଆପଣ ୨୩,୯୯୦ ଟଙ୍କାରୁ କମ୍ ଦାମରେ କିଣିପାରିବେ।

appleଅନ୍ୟ ପ୍ରଡକ୍ଟସ୍ ଉପରେ ମଧ୍ୟ ଡିସକାଉଣ୍ଟ

ଆପଲ୍ ଡେଜ୍ ସେଲରେ କେବଳ ଆଇଫୋନ ସ୍ମାର୍ଟଫୋନ୍ରେ ଅଫଳ ମିଳୁନି ବରଂ କମ୍ପାନୀର ଅନ୍ୟ ଲାଟେଷ୍ଟ ପ୍ରଡକ୍ଟସ ଉପରେ ମଧ୍ୟ ଅଧିକ ଡିସକାଉଣ୍ଟ ଦିଆଯାଉଛି। ଗ୍ରାହକ iPad Mini ଉପରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏଥିସହ HDFC ବ୍ୟାଙ୍କ୍ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଉପରେ ୩୦୦୦ ଟଙ୍କାର ଅତିରିକ୍ତ ଡିସକାଉଣ୍ଟ ମଧ୍ୟ ମିଳିବ। ଏହିପରି ଆପଲ କିଣିବା ସମୟରେ HDFC ବ୍ୟାଙ୍କର କ୍ରେଡିଟ୍ କାର୍ଡରେ ୬,୦୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ଦିଆଯିବ।

iPhone 7 କିଣିବାର ବଢ଼ିଆ ମଉକା

iPhone 7ର ୩୨ ଜିବି ମଡେଲକୁ ଆମାଜନରେ ମାତ୍ର ୨୩,୯୯୦ ଟଙ୍କାରେ ଆପଣ କିଣିପାରିବେ। କିନ୍ତୁ ଫ୍ଲିପକାର୍ଟରେ ଏହା ୨୯,୭୯୯ ଟଙ୍କାରେ ବିକ୍ରି ହେଉଛି। ଫୋନର ଫିଚର୍ସ ବିଷୟରେ କହିବା ତ ଏଥିରେ ୪.୭ ଇଞ୍ଚର ରେଟିନା ଡିସପ୍ଲେ, ୧୨ ମେଗାପିକ୍ସେଲର ରିୟର କ୍ୟାମେରା, ୧୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା, ଆପ୍ପଲ ଏ୧୦ ଫ୍ୟୁଜନ ପ୍ରୋସେସର ଏବଂ ଅପରେଟିଙ୍ଗ୍ ସିଷ୍ଟମ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.