Below header

ଆପଣଙ୍କର ଏହି ଭୁଲ ଯୋଗୁ ଆକର୍ଷିତ ହୋଇ ଚାଲିଆସନ୍ତି ଦୁଷ୍ଟ ଆତ୍ମା, ନିଜକୁ ରଖନ୍ତୁ ଏମିତି ଦୂରେଇ

ସାଧାରଣତଃ ନକାରାତ୍ମକ ଶକ୍ତି ଅର୍ଥାତ ଦୁଷ୍ଟ ଆତ୍ମାମାନେ ଜୀବିତ ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତି। କିନ୍ତୁ ଅନେକ ବାର ଏମିତି କିଛି ହୋଇଥାଏ, ଯଦ୍ଦ୍ୱାରା କି ସେମାନେ ଜୀବିତ ବ୍ୟକ୍ତିଙ୍କ ଆଡ଼କୁ ବି ଆକର୍ଷିତ ହୋଇଥାନ୍ତି। ବାସ୍ତବରେ, ଆମେ କରି ବସୁଥିବା କିଛି ଭୁଲ ପାଇଁ ଦୁଷ୍ଟ ଆତ୍ମାମାନେ ଶରୀର ଭିତରକୁ ଚାଲିଆସନ୍ତି। ଆସନ୍ତୁ ଜାଣିବା କ’ଣ ସେ ସବୁ ଭୁଲ।

woman

୧. ସଞ୍ଜ ନଇଁଲେ ଅର୍ଥାତ ସୂର୍ଯ୍ୟାସ୍ତ ପରେ ମହିଳା ଏବଂ ଝିଅମାନେ କେଶକୁ ମୁକୁଳା କରି ରଖିବା ଉଚିତ ନୁହେଁ। ଖାସ କରି ଅମାବାସ୍ୟା ରାତିରେ ତ ବିଲକୁଲ ବି ନୁହେଁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ସେମାନଙ୍କ ଆଡ଼କୁ ଆକର୍ଷିତ ହୋଇ ଚାଲିଆସନ୍ତି।

୨. ରାତିରେ ତୀବ୍ର ସୁଗନ୍ଧ ଯୁକ୍ତ ଅତର ବା ସେଣ୍ଟ ଭୁଲରେ ବି ଲଗାନ୍ତୁ ନାହିଁ। କାରଣ, ତୀବ୍ର ବାସ୍ନାରେ ନକାରାତ୍ମକ ଶକ୍ତି ଟାଣି ହୋଇ ଆସନ୍ତି। ଏଥିପାଇଁ ତନ୍ତ୍ରମନ୍ତ୍ରରେ କଡ଼ା ବାସ୍ନାଯୁକ୍ତ ଅତର ଅଧିକ ପ୍ରୟୋଗ କରାଯାଇଥାଏ।

aatma2

୩. ଦାହ ସଂସ୍କାର କରିବା ପରେ ପଛକୁ ବୁଲି ଚାହିଁବା ଉଚିତ ନୁହେଁ। କାରଣ, ପଛକୁ ବୁଲି ଚାହିଁଲେ ଉକ୍ତ ଆତ୍ମା ଆପଣଙ୍କ ସହିତ ଆସିଯାଇଥାଏ। ଆପଣଙ୍କୁ ଏଠି କହିବାକୁ ହେବ ଯେ ତାଙ୍କୁ ଏବେ ସମସ୍ତେ ଭୁଲି ଯାଇଛନ୍ତି ଏବଂ ସେ ବି ନିଜ ଦୁନିଆକୁ ଚାଲିଯିବା ଉଚିତ।

woman2

୪. ଗର୍ଭବତୀ ସ୍ତ୍ରୀଙ୍କ ଆଡ଼କୁ ନକାରାତ୍ମକ ଶକ୍ତି ବେଶି ଆକର୍ଷିତ ହୋଇଥାନ୍ତି। ଏମିତି କୁହାଯାଏ କି, ନୂଆ ଶରୀର ପାଇବା ପାଇଁ ସେମାନେ ଗର୍ଭବତୀଙ୍କ ଆଡ଼କୁ ଆକର୍ଷିତ ହୁଅନ୍ତି। ଏଥିପାଇଁ ରାତି ୧୦ଟା ପରେ ଗର୍ଭବତୀ ମହିଳାଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.