ମୁକେଶ ଏବଂ ନୀତା ଅମ୍ବାନୀ ହେଲେ ଦାଦା-ଦାଦି, ଜାଣନ୍ତୁ ନାତି ହେଲା ନା ନାତୁଣୀ

ଦେଶର ସବୁଠାରୁ ଧନୀ ବିଜନେସ୍‌ ମ୍ୟାନ୍‌ ହେଉଛନ୍ତି ମୁକେଶ ଅମ୍ବାନୀ। ତେବେ ବର୍ତ୍ତମାନ ମୁକେଶ ଦାଦା (ଜେଜେବାପା) ହୋଇଯାଇଛନ୍ତି। ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କ ସ୍ତ୍ରୀ ଶ୍ଳୋକା ଗୁରୁବାର ସକାଳ ୧୧ଟାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଆକାଶ ଏବଂ ଶ୍ଳୋକାଙ୍କ ବିବାହ ୯ ମାର୍ଚ୍ଚ ୨୦୧୯ରେ ହୋଇଥିଲା। ଆକାଶ ଏବଂ ଶ୍ଳୋକାଙ୍କ ବିବାହରେ ଦେଶ ଦୁନିଆର ଚର୍ଚ୍ଚିତ ଲୋକମାନେ ସାମିଲ ହୋଇଥିଲେ।

nitaଅମ୍ବାନୀ ପରିବାର ତରଫରୁ ଜଣାଯାଇଛି ଯେ ମା ଏବଂ ପୁଅ ଉଭୟ ସୁସ୍ଥ ଅଛନ୍ତି। ପରିବାରର ସବୁଠାରୁ ସାନ ସଦସ୍ୟ ଆସିବା କାରଣରୁ ଉଭୟ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆକାଶ ଏବଂ ଶ୍ଳୋକାଙ୍କ ପ୍ରି-େଓ୍ଵଡିଙ୍ଗ ସେଲିବ୍ରେସନ୍‌ ସ୍ୱିଜରଲାଣ୍ଡର ସେଣ୍ଟ ମାରିଟଜରେ ହୋଇଥିଲା। ଏଠାରେ ପ୍ରି-େଓ୍ଵଡିଙ୍ଗ୍‌ ସେଲିବ୍ରେସନ୍‌ ତିନି ଦିନ ପଯ୍ୟର୍ନ୍ତ ଚାଲିଲା। ଏହି ସେଲିବ୍ରେସନରେ ବି ବିଶେଷ ଲୋକ ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.