Below header

ଯାଜପୁର : ନିଆରା ରିସେପସନ ପାର୍ଟି, ବିବାହ ଉତ୍ସବର ମଞ୍ଚ ଉପରେ ଅନାଥ ପିଲାଙ୍କ ସହାଯ୍ୟ ପାଇଁ ଚାରିଟି କେସ ବକ୍ସ ରଖିଲେ ନବ ଦମ୍ପତି

ଯାଜପୁର (କେନ୍ୟୁଜ): କରୋନା କଟକଣା ଭିତରେ ଚାଲିଛି ବିବାହ ଉତ୍ସବ। ନୂତନ ଜୀବନର ଅୟମାରମ୍ଭ ସହ ଦୁଇଟି ମନ ଓ ହୃଦୟର ମିଳନର ପର୍ବ। ତେବେ ଏହା ମଧ୍ୟରେ ଏକ ନିଆରା ଢଙ୍ଗରେ ବିବାହ ଉତ୍ସବ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜେନାପୁର ନିକଟ ତରାସ ଗ୍ରାମରେ। ଜିଲ୍ଲାର ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରାଙ୍କ ସହ ସାଗର ତନୟାଙ୍କ ବିବାହ ବୈଦିକ ରୀତିରେ ସମ୍ପନ୍ନ ହୋଇଛି। ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଆଜି ଥିଲା ଉଭୟଙ୍କର ରିସେପସନ ପାର୍ଟି। ଏକ ଅଭିନବ ଉପାୟରେ ଏହି ରିସେପସନ ପାର୍ଟି ପାଳନ ହେଉଥିବା ଦେଖିବାକୁ ମିଳିଛି।

ବିବାହ ଉତ୍ସବର ମଞ୍ଚ ଉପରେ ଏକ ଚାରିଟି କେସ ବକ୍ସ ରଖା ଯାଇଥିଲା। ନିମନ୍ତ୍ରିତ ଅତିଥିମାନଙ୍କ ଆଶୀର୍ବାଦ ତଥା ଉପହାର ସ୍ୱରୂପ ଅର୍ଥକୁ ଏହି ବକ୍ସରେ ପକାଇବାକୁ ଉଭୟ ବର ଓ କନ୍ୟା ନିବେଦନ କରିଥିଲେ। ଏହି ଅର୍ଥ ଅନାଥ ଆଶ୍ରମକୁ ପ୍ରଦାନ କରାଯିବା ସହ ପିତାମାତାହୀନ ତଥା ନିସଙ୍ଗ ଶିଶୁଙ୍କ କାମରେ ବୋଲି ସରୋଜକାନ୍ତ କହିଛନ୍ତି। କେବଳ ସେତିକି ନୁହଁ ବୃକ୍ଷ ହିଁ ଆମର ଜୀବନ ଓ ପ୍ରକୃତ ସାଥୀର ବାର୍ତ୍ତା ଦେବା ସହ ମଞ୍ଚ ସାରା ଭଳିକି ଭଳି ବୃକ୍ଷର ପସରା ଥୁଆ ଯାଇଥିଲା।

ନିମନ୍ତ୍ରିତ ଅତିଥିଙ୍କ ଉପହାରର ପ୍ରତି ଉପହାର ସ୍ୱରୂପ ଗୋଟିଏ ଲେଖାଏଁ ଗଛ ଉଭୟ ନବଦମ୍ପତି ପ୍ରଦାନ କରି ଆଶୀର୍ବାଦ କାମନା କରିଥିଲେ। ବିବାହ ପୂର୍ବରୁ ସରୋଜ ନିଜର ନିମନ୍ତ୍ରଣ ପତ୍ରରେ ଗଛ ଓ କନ୍ୟାରତ୍ନର ସୁରକ୍ଷା ସହ ଗାଡି ଚଳାଇବା ସମୟରେ ହେଲମେଟ ବ୍ୟବହାର ସଂପର୍କରେ ସଚେତନତାର ବାର୍ତା ବାଣ୍ଟିଥିଲେ। ତେବେ ବିବାହ ସମୟରେ ଏଭଳି ନିଆରା ଚିନ୍ତାଧାରା ପାଇଁ ଉଭୟ ନବଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.