କଳାହାଣ୍ଡି: ମେସିନରେ ଧାନ ଅମଳ ବେଳେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଧାନ ଫସଲ ପୋଡ଼ି ପାଉଁଶ

ଧର୍ମଗଡ(କେନ୍ୟୁଜ୍): ନିମିଷକ ମଧ୍ୟରେ ବର୍ଷକର ପାରିଶ୍ରମିକ ପୋଡି ପାଉଁଶ କରିଦେଲା ନିଆଁ l କଲମପୁର ବ୍ଲକ ମିନଗୁର୍ ଗାଁ ଖମନପଡାର ବିଶ୍ଵନାଥ ମାଝୀଙ୍କ ଖଳାରେ ଟ୍ରାକ୍ଟର ଥ୍ରେଶରେ ଧାନ ଅମଳ କରୁଥିବା ବେଳେ ଟ୍ରାକ୍ଟରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ଫସଲ ପୋଡ଼ି ପାଉଁଶ ହୋଇଯାଇଛିl

ଘଟଣା ସ୍ଥଳରେ କଲମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ଥ୍ରେସର ଟ୍ରାକ୍ଟର ଓ ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ନଷ୍ଟ ହୋଇ ସାରିଥିଲା । ଟ୍ରାକ୍ଟର ଓ ଥ୍ରେସର ଟି ମିନଗୁର ଗ୍ରାମର ସୁମନ୍ତ କୁମାର ପଣ୍ଡାଙ୍କ ହେଇଥିବା ବେଳେ ଖମନପଡା ବିଶ୍ବ ମାଝୀଙ୍କ ଧାନ ବୋଲି ସୁଚନା ମିଳିଛି । ଘଟଣା ସ୍ଥଳରେ ରାଜସ୍ବ ବିଭାଗ ତରଫରୁ ମଣ୍ଡଳ ରାଜସ୍ବ ନିରୀକ୍ଷକ ଉପସ୍ଥିତ ରହି କ୍ଷୟକ୍ଷତି ଆକଳନ କରୁଥିବା ସୁଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.