Below header

Bajaj Auto ଲଞ୍ଚ କଲା ୭୩ ହଜାର ଟଙ୍କାର ଜବରଦସ୍ତ ବାଇକ Pulsar 125 Split Seat drum, ଜାଣନ୍ତୁ କଣ ରହିଛି ଫିଚର୍ସ ଏବଂ ଖାସିୟତ

ବଜାଜ ଅଟୋ ନିକଟରେ ଲୋକପ୍ରିୟ ପଲସର ୧୨୫ ଲାଇନଅପରେ ଏକ ନୂଆ ଭେରିୟଣ୍ଟ ଲଞ୍ଚ କରିଛି। Pulsar 125 Split Seat drum ଭେରିୟଣ୍ଟର ଦାମ ଦିଲ୍ଲୀ ଏକ୍ସ ଶୋରୁମ ଅପୁଯାୟୀ ରଖାଯାଇଛି। ଏହା ପୂର୍ବରୁ ଉପଲବ୍ଧ ଡିସ୍କ ବ୍ରେକ ସଂସ୍କରଣ ମୁକାବିଲାରେ ଏକ ଶସ୍ତା ବିକଳ୍ପ ଅଟେ, ଯାହାର ଦାମ ରଖାଯାଇଛି। ବାଇକର ବ୍ରେକିଙ୍ଗ ସେଟଅପରେ ପରିବର୍ତ୍ତନ ପାଇଁ ବାକି ବିବରଣ ଦୁଇ ଭେରିୟଣ୍ଟରେ ସମାନ ରହିଛି।

ଏକ୍ସଟେରିୟର ବିଷୟରେ କହିବା ତ ବାଇକରେ ସ୍ପ୍ଲିଟ ଗ୍ରାବ ରେଲ୍ସ, ଇଞ୍ଜିନ କାଉଲ ଏବଂ ଗ୍ରାଫିକ୍ସ ସହିତ ସ୍ପୋର୍ଟି ସ୍ପିଲ୍ଟ-ସିଟ ସେଟଅପ ମିଳିଥାଏ, ଯାହା Pulsar 150କୁ ମନେ ପକାଇଦେବ। ବାଇକର କିଛି ପ୍ରମୁଖ ବିଶେଷତା ବିଷୟରେ କହିବା ତ ଟ୍ଵିନ ସର୍କଲ ସହିତ ହେଲୋଜେନ ହେଡଲ୍ୟାମ୍ପ ମସ୍କ୍ୟୁଲର ଫୁଏଲ ଟ୍ୟାଙ୍କ ମିଳିଥାଏ।

ଏହି ବାଇକ ଦୁଇଟି ରଙ୍ଗର ବିକଳ୍ପରେ ଆସିଥାଏ ବ୍ଲାକ ରେଡ ଏବଂ ବ୍ଲାକ ସିଲଭର। ବାଇକରେ 124.4 cc, ସିଙ୍ଗଲ-ସିଲିଣ୍ଡର, ଏୟାର-କୁଲଡ ଇଞ୍ଜିନର ଉପଯୋଗ କରାଯାଇଛି। ଯାହା ଅଧିକତମ ପାଓ୍ଵାରର ୧୧.୬୪ ଏବଂ ପିକ ଟର୍କର ୧୦.୮ ଉତ୍ପାସନ କରିବା ପାଇଁ ଜଣାଯାଇଥାଏ। ଟ୍ରାନ୍ସମିସନ ବିକଳ୍ପରେ ପାଞ୍ଚ-ସ୍ପିଡ ଗିୟରବକ୍ସ ସାମିଲ ରହିଛି। ଏହାର ସସପେନସନ କିଟର ପଛ ଆଡକୁ ପାରମ୍ପରିକ ଟେଲିସ୍କୋପିକ ଫ୍ରଣ୍ଟ ଫୋର୍କ ଏବଂ ଟ୍ଵିନ ଗ୍ୟାସ ଶକ ଆବଜରବର ସାମିଲ ରହିଛି।

ନୂଆ ଭେରିୟଣ୍ଟ ଡିସ୍କ ବ୍ରେକ ଭେରିୟଣ୍ଟ ପାଇଁ ଏକ ବହୁତ ଶସ୍ତା ବିକଳ୍ପ ଅଟେ, ସେଥିପାଁ ଏହାର ଲକ୍ଷ୍ୟ ଆଗାମୀ ପାର୍ବଣ ଋତୁରେ ଏହାର ଅଧିକରୁ ଅଧିକ ବିକ୍ରି ଆଡକୁ ଆକର୍ଷିତ କରାଇବା। କମ୍ପାନୀ ନିକଟରେ କିଛି ବଛା ବଛା ମଡେଲ ଉପରେ ନଗଦ ଡିସକାଉଣ୍ଟ କରିବାକୁ ପ୍ରସ୍ତାବ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.