ମିଛ ଖବର ପ୍ରଚାର କରୁଥିଲେ ସାବଧାନ, ୩୦୦୦ ନକଲି ୟୁଟ୍ୟୁବ୍‌ ଚ୍ୟାନେଲ ବନ୍ଦ କଲା Google

ମିଛ ଖବର ପ୍ରଚାର କରୁଥିବା ୩ ହଜାର ୟୁଟ୍ୟୁବ୍‌ ଚ୍ୟାନେଲକୁ ବନ୍ଦ କରିଛି ଗୁଗଲ। ଏହିସବୁ ଚ୍ୟାନେଲ ଉପରେ ଗତ କିଛି ଦିନ ହେବ ଗୁଗଲର ନଜର ଥିଲା। ଏହି ଆକାଉଣ୍ଟରେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ଗୁଗଲ କହିଛି ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ୍‌ କରାଯାଇଥିବା ଭିଡିଓ ଖୁବ୍‌ କମ୍‌ ଲୋକଙ୍କ ପାଖରେ ପହଞ୍ଚିଥିଲା ଓ ଅଧିକାଂଶ ୧୦ରୁ ଅଧିକ ଥର ଦେଖାଯାଇଛି। ଏହି ଚ୍ୟାନେଲରେ ଦିଆଯାଇଥିବା ଅଧିକାଂଶ ଖବର ମିଛ ବୋଲି ପ୍ରମାଣିତ ହୋଇଛି।

ଗୁଗଲ ଦ୍ୱାରା ନିଆଯାଇଥିବା ଏହି କଡ଼ା ପଦକ୍ଷେପ ପରେ ନକଲି ଚ୍ୟାନେଲଙ୍କ ମାଲିକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ଏହି ଚ୍ୟାନେଲ ବିରୁଦ୍ଧରେ ନାନା ଅଭିଯୋଗ ଆସିବାରେ ଗୁଗଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଛି। ତେବେ କେଉଁ କେଉଁ ୩୦୦୦ ଚ୍ୟାନେଲ ଏବେ ଯାଏଁ ବ୍ୟାନ୍‌ କରାଯାଇଛି ସେ ବିଷୟରେ କୌଣସି ସୂଚନା ଦେବାକୁ ଗୁଗଲ ମନା କରିଛି।

youtube

ୟୁଟ୍ୟୁବ୍‌ରେ ଅପ୍‌ଲୋଡ କରାଯାଉଥିବା ଭିଡିଓର ଲିଙ୍କ୍‌କୁ ଟ୍ଵିଟରରେ ବି ସେୟାର କରାଯାଇଛି। ଏହି ଭିଡିଓକୁ ଦେଖିବା ପରେ ଆକାଉଣ୍ଟ ଯାଞ୍ଚ କରାଯିବାରୁ ତାହା ନକଲି ତଥା ମିଛ ବୋଲି ଜଣାପଡ଼ିଥିଲା। ଏତେ ବଡ଼ ସଂଖ୍ୟାରେ ଚାଲିଥିବା ୟୁଟ୍ୟୁବ୍‌ ଚ୍ୟାନେଲର ଉଦ୍ଦେଶ୍ୟ କ’ଣ ସେ ବିଷୟରେ ଏବେ ଯାଏଁ ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.