ଏଟିଏମ୍‌ରୁ ୫ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇଲେ ଲାଗିବ ଶୁଳ୍କ, ୮ ବର୍ଷ ପରେ ବଦଳିପାରେ ନିୟମ

ଆଗାମୀ ଦିନରେ ଏଟିଏମରୁ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇଲେ ଆପଣଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିପାରେ । ଏହା ମାଗଣା ଟ୍ରାନଜାକ୍ସନରେ ସାମିଲ ହେବ ନାହିଁ। କାରଣ ଏ ପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିବ। ତେବେ ଏଟିଏମରୁ ପାଞ୍ଚ ହଜାରୁ ଅଧିକ ଟଙ୍କା ଉଠାଇବା ଉପରେ ହିଁ ଏହି ନିୟମ ଲାଗୁ ହେବ ।

ଥରକରେ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇଲେ ଗ୍ରାହକଙ୍କୁ ୨୪ ଟଙ୍କା ଅଧିକ ଦେବାକୁ ପଡ଼ିପାରେ। ବର୍ତ୍ତମାନ ସମୟରେ ଏଟିଏମରୁ ପାଞ୍ଚଥର ମାଗଣା ଟ୍ରାନଜାକ୍ସନ କରାଯାଉଛି। ଯଦି ଏହା ପରେ ସେହି ସମାନ ମାସରେ ଆଉ ଟ୍ରାନଜାକ୍ସନ କରାଯାଏ ତେବେ ଷଷ୍ଠ ଟ୍ରାନଜାକ୍ସନରେ ୨୦ ଟଙ୍କା ଲାଗୁ ହେଉଛି।

atm

ଭାରତୀୟ ରିଜର୍ଭ ବ୍ୟାଙ୍କର ଏଟିଏମ ଶୁକ୍ଳ ସମୀକ୍ଷା ପାଇଁ ଗଠିତ ହୋଇଥିବା ସମିତି ନିଜ ସୁପାରିଶ ପ୍ରଦାନ କରିଛି। ଏହାରି ଆଧାରରେ ବ୍ୟାଙ୍କ ଆଠ ବର୍ଷ ପରେ ଏଟିଏମ ଶୁକ୍ଲରେ ପରିବର୍ତ୍ତନ ଆଣିପାରନ୍ତି। ମଧ୍ୟପ୍ରଦେଶର ଏସଏଲବିସି ସଂଯୋଜକ ଏସଡି ମାହୁରକରଙ୍କ ଅନୁସାରେ ସମିତି ଦଶ ଲକ୍ଷରୁ କମ ଜନସଂଖ୍ୟା ସହରରେ ଏଟିଏମ ନେଣଦେଶ ବୃଦ୍ଧି ଉପରେ ଜୋର ଦେଇଛି। ସେଠାରେ ଅଧିକାଂଶ ଲୋକ ଅଳ୍ପ ଟଙ୍କା ଉଠାନ୍ତି। ସେଥିପାଇଁ ସମିତି ଅଳ୍ପ ଟ୍ରାନଜାକ୍ସନକୁ ମାଗଣା ଟ୍ରାନଜାକ୍ସନ ବର୍ଗରେ ରଖିଛି। ଛୋଟ ସହରରେ ଗ୍ରାହକଙ୍କୁ ଅନ୍ୟ ବ୍ୟାଙ୍କ ଏଟିଏମରେ ପ୍ରତି ମାସରେ ଛଅ ଥର ଟଙ୍କା ଉଠାଇବାର ସୁବିଧା ରହିଛି। ଏବେ ଛୋଟ ସହରରେ କେବଳ ପାଞ୍ଚ ଥର ଟଙ୍କା ଉଠାଯାଉଛି।

ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି ମହାନଗରରେ ଗ୍ରାହକଙ୍କୁ ଗୋଟିଏ ମାସରେ ଏଟିଏମରୁ ତିନି ଥର ଟଙ୍କା ଉଠାଇବାର ସୁବିଧା ରହିଛି। ଏହା ପରେ ଚତୁର୍ଥ ଥର ଟଙ୍କା ଉଠାଇଲେ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.