କରୋନା ଭାଇରସ୍ ଯୋଗୁଁ ପୁଣି ଘୁଞ୍ଚିଲା ଅନ୍ତଃରାଷ୍ଟ୍ରୀୟ ବିମାନ ଚଳାଚଳ, ୧୪ ଏପ୍ରିଲ ଯାଏଁ ଉଡିବ ନାହିଁ ବିମାନ

ଦିଲ୍ଲୀ: କରୋନା ଭାଇରସ୍ ସହ ଲଢିବା ପାଇଁ ସାରା ଦେଶକୁ ଲକଡାଉନ୍ ଘୋଷଣା କରିବା ପରେ ସରକାର ଆଜି ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ ଅନ୍ତଃରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପୁଣିଥରେ ୧୪ ଏପ୍ରିଲ ପର୍ଯ୍ୟନ୍ତ ରୋକ୍ ଲଗାଇ ଦିଆଯାଇଛି । ତେବେ ଗତ ସପ୍ତାହରେ ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ବ୍ୟାନ୍ କରାଯାଇଥିଲା ଏବଂ ବର୍ତ୍ତମାନ ପୁଣିଥରେ ଏହାକୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯଦିଓ ଏହି ପ୍ରତିବନ୍ଧ ମାଲବାହୀ ଉଡାଣ ଉପରେ ଲାଗୁ କରାଯିବ ନାହିଁ । ଏହାସହିତ ଘରୋଇ ଉଡାଣକୁ ମଧ୍ୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରଦ୍ଦ କରିଦିଆଯାଇଛି ।

airlines

କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ସାରା ଦୁନିଆରେ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଯେଉଁ କାରଣରୁ ବିମାନ ଉଦ୍ୟୋଗ ଉପରେ ଏହାର ବହୁତ୍ ପ୍ରଭାବ ପଡୁଛି । ଏହା ବ୍ୟତୀତ ବର୍ତ୍ତମାନ୍ ଦେଶରେ ଟ୍ରେନ୍, ମେଟ୍ରୋ ଓ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ସହିତ ସାର୍ବଜନିକ ପରିବହନ ଗୁଡିକୁ ମଧ୍ୟ ବନ୍ଦ କରିଦିଆଯାଇଛି । ସୂଚନା ମୁତାବକ ଭାରତରେ ମାରାତ୍ମକ କରୋନା ଭାଇରସରେ ୬୦୦ରୁ ଉର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୪ ଜଣ ଏଥିରେ ପ୍ରାଣ ହରାଇ ସାରିଲେଣି । ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ମହାମାରୀ ବର୍ତ୍ତମାନ୍ ପର୍ଯ୍ୟନ୍ତ ୧୯୮ଟି ଦେଶକୁ ନିଜ କବଳରେ ନେଇ ସାରିଛି ଏବଂ ପ୍ରାୟ ୧୮,୦୦୦ ରୁ ଉର୍ଦ୍ଧ୍ବ ଲୋକ ଏଥିରେ ପ୍ରାଣ ହରାଇ ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.