କରୋନାକୁ ନେଇ ଆସିଲା ବଡ ଖବର, ଜାଣନ୍ତୁ ଋତୁ ପରିବର୍ତ୍ତନରେ ଏହାର ପ୍ରଭାବକୁ ନେଇ କଣ କହୁଛନ୍ତି ବିଶେଷଜ୍ଞ

କରୋନା ଭାଇରସର ଲଗାତାର ବୃଦ୍ଧି ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଏକ ନୂଆ ଅଧ୍ୟୟନ ଅନୁଯାୟୀ ବଢୁଥିବା ତାପମାତ୍ରା ଓ ଋତୁ ପରିବର୍ତ୍ତନ କାରଣରୁ କରୋନାର ବଢୁଥିବା ପ୍ରଭାବକୁ କମ୍ କରି ଦିଆଯାଇପାରେ । ଶହେଟି ଗରମ୍ ସହରକୁ ନେଇ ଚୀନର ଏକ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନୁଯାୟୀ ଅଧିକ ଗରମ୍ କିମ୍ବା ଥଣ୍ଡା କାରଣରୁ କରୋନାକୁ ଶେଷ କରାଯାଇପାରିବ ନାହିଁ ସତ କିନ୍ତୁ ଏହାର ସଂକ୍ରମଣ ଉପରେ ଅଙ୍କୁଶ ଲଗାଯାଇପାରେ ।

ରିପୋର୍ଟ ଅନୁଯାୟୀ ଚୀନର ୧୦୦ଟି ସହରରେ ତାପମାତ୍ରା ବଢ଼ିବା ମାତ୍ରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨.୫ ପ୍ରତିଶତରୁ କମି ୧.୫ ପ୍ରତିଶତରେ ପହଁଚି ଯାଇଥିଲା । ଡିସେମ୍ବର ମାସରୁ ଚୀନରେ ଆରମ୍ଭ ହୋଇଥିବା କରୋନା ସାରା ଦୁନିଆରେ ଥଣ୍ଡା ଯୋଗୁଁ ପ୍ରାୟ ୩,୫୦,୦୦୦ ଲୋକଙ୍କୁ ପ୍ରଭାବିତ କରିଛି ।

कोरोनावायरस

ଫେବ୍ରୁୟାରୀ ମାସରେ ଏହି ମହାମାରୀ ଚୀନରେ ଚରମ ସୀମାରେ ପହଞ୍ଚିଥିଲା ଯେଉଁଠି ଗୋଟିଏ ଦିନରେ ୧୫,୦୦୦ ରୁ ଉର୍ଦ୍ଧ ମାମଲା ସାମ୍ନାକୁ ଆସିଥିଲା । ତେବେ ବର୍ତ୍ତମାନ୍ ସେଠାରେ ଋତୁ ପରିବର୍ତ୍ତନ କାରଣରୁ ଏହି ସଂଖ୍ୟାରେ ହ୍ରାସ ଘଟିଛି । ଚୀନର ବୁହାନ୍ ସହର ଯେଉଁଠାରୁ ଏହି ଭାଇରସ୍ ବ୍ୟାପିବା ଆରମ୍ଭ ହୋଇଥିଲା ସେଠାରୁ ବର୍ତ୍ତମାନ୍ ଗୋଟିଏ ବି ନୂଆ ମାମଲା ସାମ୍ନାକୁ ଅସୁନାହିଁ । ତେବେ କରୋନାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋତୁ ପରିବର୍ତ୍ତନରେ ଆଶ୍ୱସ୍ତି ମିଳିପାରେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.