ଗୁଗୁଲ ମ୍ଯାପ ଜରିଆରେ ଖାଲି ହେଉଛି ବ୍ୟାଙ୍କ ଆକାଉଣ୍ଟ, ହ୍ୟାକର୍ସ ଆପଣାଉଛନ୍ତି ଏହି ଅଭିନବ ଉପାୟ

ନୂଆଦିଲ୍ଲୀ : ଗୁଗୁଲ ମ୍ଯାପର ବ୍ଯବହାର ଦୁନିଆରେ ପ୍ରାୟ ସସସ୍ତ ବ୍ଯାକ୍ତି କରିଥାନ୍ତି। କୌଣସି ଅଜଣା ସ୍ଥାନରେ ସଠିକ ରାସ୍ତା ଜାଣିବା ତଥା ନିଜର ନିର୍ଦ୍ଦାରିତ ସ୍ଥାନରେ ସହଜରେ ପହଞ୍ଚିବାରେ ସାହାଯ୍ଯ କରିଥାଏ ଗୁଗୁଲ ମ୍ଯାପ। କିନ୍ତୁ ଆପଣ ଜାଣିଛନ୍ତି କି ଏବେ ଏହା ଦ୍ବାରା ଗ୍ରାହକଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ହ୍ଯାକର୍ସ। କିନ୍ତୁ ଯଦି ଆପଣ ଏହା ବିଷୟରେ ସଠିକ୍ ଭାବେ ଜାଣିପାରୁଛନ୍ତି ତେବେ ଆପଣ ଖୁବ ସହଜରେ ଏହି ଠକାମିରୁ ନିଜକୁ ରକ୍ଷା କରିପାରିବେ।

fraud

ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କିନ୍ତୁ ଗୁଗୁଲରେ ଗ୍ରାହକଙ୍କ ଦ୍ବାରା ଜେନେରେଟ ପଲିସି ଦ୍ବାରା ଗୁଗୁଲ ମ୍ଯାପରେ ଦିଆଯାଇଥିବା ତଥ୍ଯକୁ ସହଜରେ ଏଡ଼ିଟ କରାଯାଇପାରିବ। କିଛି ଟେକ୍ନୋଲୋଜି ଆପ ଅନୁଯାୟୀ, ହ୍ଯାକର୍ସ ଏହି ତଥ୍ଯାର ଫାଇଦା ଉଠାଇବା ସହ ସର୍ଚ୍ଚ ଡ଼ିଟେଲ୍ସରୁ ବ୍ୟଙ୍କ ଏବଂ ମୋବାଇଲ ନମ୍ବରର ତଥ୍ଯା ହାସଲ କରୁଛନ୍ତି। ପରେ ଏହା ଦ୍ବାରା ସେମାନେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିବାରେ  ସକ୍ଷମ ହେଉଛନ୍ତି।

କିପରି କରୁଛନ୍ତି ଚୋରି

ଗୁଗୁଲ ପଲିସି ଅନୁଯାୟୀ , ବ୍ଯାଙ୍କ ବିଷୟରେ ଗୁଗୁଲ ମ୍ଯାପରେ ସର୍ଚ୍ଚ କରବା ଦ୍ବାରା ଆପଣଙ୍କୁ ହ୍ଯାକର୍ସଙ୍କ ଦ୍ବାରା ଦିଆଯାଇଥିବା କିଛି ତଥ୍ଯା ଦେଖାଇଥାଏ। ଯାହାକୁ ଆପଣ ଗୁଗୁଲ ଦ୍ବାରା ଦିଆଯାଇଥିବା ତଥ୍ଯ ଏବଂ ତାହାକୁ ସଠିକ୍ ଭାବିଥାନ୍ତି। ଫଳରେ ସେଠାରେ ଦିଆଯାଇଥିବା ତଥ୍ଯାର ବ୍ଯବହାର କରିଦେଇଥାନ୍ତି।

Google

ଏହାପରେ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ଯ ହ୍ଯାକର୍ସ ପାଖକୁ ଯିବା  ସହ ସେତେବେଳେ ଆପଣ କିଛି ଜିନିଷ ପଚରାଯାଇଥାଏ ତାହା ଡ଼ାଇଭର୍ଟ ହୋଇ ହ୍ଯାକର୍ସ ମାନଙ୍କ ପାଖକୁ ପଳାଇଯାଇଥାଏ। ଏହି ସମୟରେ ଆପଣ ବ୍ଯାଙ୍କ କର୍ମଚାରୀ ଭାବି ନିଜର ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ଡ଼ାଟା ଯାହାକୁ ଦେଇଥାନ୍ତି ବାସ୍ତବରେ ସେ ହୋଇଥାନ୍ତି ହ୍ଯାକର୍ସ।

ଏହାପରେ ହ୍ଯାକର୍ସ ମାନେ ଆପଣଙ୍କ ସମସ୍ତ ବ୍ୟାଙ୍କ ଡ଼ିଟେଲ୍ସ ନେବା ସହ ତାହାର ବ୍ଯବହାର କରି ଆପଣଙ୍କ ଆକାଉଣ୍ଟକୁ ଖାଲି କରିଥାନ୍ତି।

map

ଏହା ବିଷୟରେ ମାହାରାଷ୍ଟ୍ର ସାଇବର ପୋଲିସ ଖୁଲାସା କରିଛି। ପୋଲିସ ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ଯନ୍ତ ଏପରି ତିନିଟି ମାମଲା ସାମ୍ନାକୁ ଆସିଛି, ଯାହା ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକ ସମ୍ବନ୍ଧୀୟ ଜଣାପଡ଼ିଛି। ଏପରିକି ଇମ୍ଲିଲାଇଜ୍ ପ୍ରୋଭିଡେଣ୍ଡ ଫଣ୍ଡ ଅରଗାନାଇଜେସନ୍ (EPFO) ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛି। ଏପରିକି ମୁମ୍ବାଇ EPFO ମଧ୍ୟ ଏହି ହ୍ଯାକର୍ସଙ୍କ ଦ୍ବାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ଗୁଗୁଲରେ କଣ୍ଟାକ୍ଟ ଡିଟେଲ୍ସକୁ ପୁନଃ ଏଡ଼ିଟ କରିବା ବ୍ଯବସ୍ଥା ଏଥିପାଇଁ ଦିଆଯାଇଥିଲା କାରଣ ଏହା ଦ୍ବାରା ଦୋକାନି, ବ୍ୟାଙ୍କ ଏବଂ ଅନ୍ଯାନ ସଂସ୍ଥା ତାହାକୁ ପରେ ଏଡ଼ିଟ କରିପାରିବେ। ଏହି ସର୍ଭିସ ଗୁଗୁଲକୁ ଅଧିକ ଭଲ ଏବଂ ସହଜ କରିବା ପାଇଁ କରାଯାଇଥିଲା। କିନ୍ତୁ କାହାକୁ ଜଣାଥିଲା ଗ୍ରାହକଙ୍କ ସୁବିଧା ପାଇଁ ପ୍ରସ୍ତୁତ ହୋଇଥିବା ଏହି ବ୍ଯବସ୍ଥା ତାଙ୍କରି ଅସୁବିଧାର କାରଣ ପାଲଟିଯିବ। ତେବେ ଏହି ଅସୁବିଧା ପରେ ମଧ୍ୟ ଗୁଗୁଲରେ ଏହି ଫିଚର ଉପଲବ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.