Below header

ଦୀପାବଳିର ଠିକ୍ ପୂର୍ବରୁ ଏହି ଦିନରେ ରହିବ ବ୍ୟାଙ୍କ୍ ବନ୍ଦ, ଯାହା କାମ ଅଛି ଶିଘ୍ର କରନ୍ତୁ ଶେଷ

ଦୀପାବଳିର ଠିକ୍ ପୂର୍ବରୁ ଯଦି ଆପଣଙ୍କର ବ୍ୟାଙ୍କ ସମ୍ବଦ୍ଧୀୟ କିଛି କାମ ରହିଥାଏ ତେବେ ଏହି ଖବର ଆପଣ ନିଶ୍ଚୟ ପଢ଼ନ୍ତୁ। ୧୦ଟି ବ୍ୟାଙ୍କ୍ ମର୍ଜ ହେବା ପ୍ରତିବାଦରେ ୨୨ ଅକ୍ଟୋବରରେ ବ୍ୟାଙ୍କ କର୍ମଚାରୀ ଷ୍ଟ୍ରାଇକ୍ କରିବା ପାଇଁ ଘୋଷଣା କରିଛନ୍ତି। ଅଖିଳ ଭାରତୀୟ ବ୍ୟାଙ୍କ୍ କର୍ମଚାରୀ ସଙ୍ଘ ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ପରିସଙ୍ଘ ଦ୍ୱାରା କରାଯାଉଥିବା ଷ୍ଟ୍ରାଇକକୁ ଭାରତୀୟ ଟ୍ରେଡ୍ ୟୁନିୟନ କଂଗ୍ରେସ ମଧ୍ୟ ସର୍ମଥନ କରିଛି। ଏହି ଷ୍ଟ୍ରାଇକ କାରଣରୁ ଅକ୍ଟୋବର ଶେଷ ସପ୍ତାହର ୪ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ।

ସରକାର ୧୦ଟି ସରକାରୀ ବ୍ୟାଙ୍କକୁ ବିଲୟ କରି ୪ ବଡ ବ୍ୟାଙ୍କ୍ ବନାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍କ୍ କର୍ମଚାରୀ ଏହାର ବିରୋଧ କରି ୨୨ ଅକ୍ଟୋବରରେ ଦେଶବ୍ୟାପି ବ୍ୟାଙ୍କ୍ ହଡତାଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହାସହ ପଢନ୍ତୁ : ଏଣିକି ମାଗଣାରେ କରିପାରିବେ ରେଳ ଯାତ୍ରା, ଜାଣନ୍ତୁ କେମିତି ପାଇବେ ଏହାର ଫାଇଦା

ସରକାର ଆନ୍ଧ୍ରା ବ୍ୟାଙ୍କ୍‌, ଆଲହାବାଦ୍ ବ୍ୟାଙ୍କ୍‌, ସିଣ୍ଡିକେଟ ବ୍ୟାଙ୍କ୍‌, କର୍ପୋରେସନ ବ୍ୟାଙ୍କ୍‌, ୟୁନାଇଟେଡ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ୍ ଅଫ୍ କମର୍ସକୁ ଏବେ ବନ୍ଦ କରିବାକୁ ଚାହୁଁଛନ୍ତି। ଏହି ସବୁ ବ୍ୟାଙ୍କ୍ ବହୁତ ଭଲ ପ୍ରଦର୍ଶନ କରୁଥିବାବେଳେ ଦେଶର ଆର୍ଥିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ କରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.