ରାଜଧାନୀ ଭୁବନେଶ୍ୱରରେ ରୋବୋ ରେଷ୍ଟୁରାଣ୍ଟ, ରୋବଟ ଚମ୍ପା ଓ ଚାମେଲି ଗ୍ରାହକଙ୍କୁ ପରଷୁଛନ୍ତି ଖାଦ୍ୟ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ୱରରେ ରୋବୋ ରେଷ୍ଟୁରାଣ୍ଟ । ରୋବଟ ଚମ୍ପା ଓ ଚାମେଲି ଗ୍ରାହକଙ୍କୁ ପରଷୁଛନ୍ତି ଖାଦ୍ୟ । ଗ୍ରାହକଙ୍କୁ ମନ ମୁତାବକ ଖାଦ୍ୟ ଓ ପାନୀୟ ଯୋଗାଇ ଦେଉଛନ୍ତି । ଇଷ୍ଟର୍ଣ୍ଣ ଇଣ୍ଡିଆରେ ପ୍ରଥମ ଥର ପାଇଁ ଏହି ରୋବୋ କନସେପ୍ଟ ରେଷ୍ଟୁରାଣ୍ଟ ଖୋଲିଛି । ରୋବଟର ୧୭ଟି ସେନସର ରହିଛି । ମୁମ୍ବାଇ, ବେଙ୍ଗାଳୁରୁ, ହାଇଦ୍ରାବାଦରେ ଏଭଳି ରୋବ ରେଷ୍ଟୁରାଣ୍ଟ ଥିବାବେଳେ ଏହି ରୋବଟର ୩ଡି କ୍ୟାମେରା, ଲେଜର, ଅଲଟ୍ରାସୋନିକ କ୍ଲିପସ ଭାରତରେ ନିର୍ମିତ ହୋଇଛି । ରୋବଟର ଆର୍ଟିଫିସିଆଲ ଇଣ୍ଟେଲିଜେନସ ସହ ମେରୁଦଣ୍ଡ ରହିଛି । ରାଜସ୍ଥାନର ଜୟପୁର ଭିତ୍ତିକ କ୍ଲବ ଫାଷ୍ଟ କଂପାନୀ ମେକ ଇନ ଇଣ୍ଡିଆରେ ଏହି ରୋବଟ ନିର୍ମାଣ ହୋଇଛି । ଏହାର ଦାମ ସାଢ଼େ ପାଞ୍ଚ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରୋବଟ ଦୁଇଟି ଗତକାଲି ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.