Below header

କେନ୍ଦୁଝର: ବଡ ଭାଇର ଟାଙ୍ଗିଆ ଚୋଟରେ ଗଲା ସାନ ଭାଇର ଜୀବନ

କେନ୍ଦୁଝର(କେନ୍ୟୁଜ୍) : ବଡ ଭାଇର ଟାଙ୍ଗିଆ ଚୋଟରେ ଗଲା ସାନ ଭାଇର ଜୀବନ। ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ବଡଭାଇ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଶାଗପାଲି ଗାଁ ସିନ୍ଧୁସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ମଧୁ ପାତ୍ରଙ୍କ ବଡ ପୁଅ ଚୌଧୁରୀ ପାତ୍ର ଓ ସାନ ପୁଅ ଅଜୟ ପାତ୍ରଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଲାଗି ରହୁଥିଲା। ତେବେ ଆଜି ଉତ୍ୟକ୍ତ ହୋଇ ବଡ ଭାଇ ସାନ ଭାଇକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଅଜୟଙ୍କ ମୃତ୍ୟୁ ହୋଇଥିଲା। ନୟାକୋଟ ଥାନା ଅଧିକାରୀ ବିଦେଶୀ ବାଗ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.