ରାଜ୍ୟ ସରକାରଙ୍କ ମୋ ସରକାରକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମାଲୋଚନା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟ ସରକାରଙ୍କ ମୋ ସରକାରକୁ କେନ୍ଦ୍ରମନ୍ତ୍ରୀଙ୍କ ସମାଲୋଚନା । ପ୍ରତାପ ଷଡଙ୍ଗୀ କହିଛନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି । ଏପରି ସ୍ଥିତିରେ ସେବାର ସମୀକ୍ଷା ଏକ ଅବାସ୍ତବ କାର୍ଯ୍ୟକ୍ରମ । ମେଡିକାଲ ପରିଦର୍ଶନ ଏକ ପ୍ରହେଳିକା, ନିର୍ବାଚନୀ ଧୂଆଁବାଣ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ମେଡିକାଲରେ କେବଳ ସିଟ୍ ବଢାଇଲେ ହେବ ନାହିଁ, ମେଡିକାଲ କଲେଜରେ ଭିତ୍ତିଭୂମିର ବିକାଶ ହେବା ଆବଶ୍ୟକ । ଅନେକ ମେଡିକାଲରେ ମେଡିସିନ୍ ମିଳୁନାହିଁ । ଏସବୁ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.