Below header

ଆଜିଠୁ ୫ ଦିନ ଯାଏଁ ବନ୍ଦ ରହୁଛି ବ୍ୟାଙ୍କ, ଅନ୍‌ଲାଇନ୍‌ରେ କରିବାକୁ ହେବ ସବୁ କାମ

ଅଗଷ୍ଟ ମାସର ଅଧା ଦିନ ବିତିଗଲାଣି। ଏହି ମାସ ସରିବାକୁ ଆଉ ମାତ୍ର ହାତ ଗଣତି କିଛି ଦିନ ବାକି ରହିଛି। ଏଭଳି ସ୍ଥିତିରେ ଯଦି ଆପଣ ବ୍ୟାଙ୍କ କାମ କରିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ କହି ରଖିବୁ ଯେ ଆସନ୍ତା ୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ସମୟରେ ଆପଣ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ କରିପାରିବେ ନାହିଁ। ଅଗଷ୍ଟରେ ମୋଟ ୧୫ଟି ଛୁଟି ପଡ଼ିଥିଲେ ମଧ୍ୟ ମାତ୍ର ୬ଟି ଛୁଟି ହିଁ ସରିଛି। ମାସରେ ଆହୁରି ଅନେକ ଦିନ ଛୁଟି ବାକି ଅଛି।

୧୯ ଅଗଷ୍ଟ ଅର୍ଥାତ୍‌ ଆଜି ଠାରୁ ୨୩ ଅଗଷ୍ଟ ଯାଏଁ ଲଗାତାର ୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଆଜି ମହରମ୍‌ ପର୍ବ। ଏଣୁ ବ୍ୟାଙ୍କ କାମ ଠପ୍‌ ରହିଛି। ତେଣୁ କୋଲକାତା, ନାଗପୁର, ବେଲାପୁର, ଅଗରତାଲା, ପାଟନା, ରାୟପୁର ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିଛି। ସେହିପରି ୨୦ ଅଗଷ୍ଟରେ ଓନମ୍‌ ପର୍ବ ପଡ଼ୁଛି। ଫଳରେ ନୂଆଦିଲ୍ଲୀ, ଅହମ୍ମଦାବାଦ, ଲକ୍ଷ୍ନୌ, କାନପୁର, ଭୋପାଳ, ରାଞ୍ଚି, ହାଇଦ୍ରାବାଦ, ଚେନ୍ନାଇ, କୋଚି, ଥିରୁଭନନ୍ତପୁରମ୍‌ରେ ବ୍ୟାଙ୍କ ବନ୍ଦ ରହିବ।

୨୧ ଅଗଷ୍ଟରେ ଥିରୁବୋନମ୍‌ ଓ ୨୩ ଅଗଷ୍ଟରେ ଶ୍ରୀ ନାରାୟଣ ଗୁରୁଜୟନ୍ତୀ ଅବସରରେ କୋଚି ଓ ତିରୁଭନନ୍ତପୁରମ୍‌ରେ ବ୍ୟାଙ୍କ ଛୁଟି ରହିବ। ୨୨ ଅଗଷ୍ଟ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ଛୁଟି ରହିବ। ଏଣୁ ୧୯ରୁ ୨୩ ତାରିଖ ଯାଏଁ ବ୍ୟାଙ୍କ ଲଗାତାର ୫ ଦିନ ବନ୍ଦ ରହିବ। ଯଦି କୌଣସି ବ୍ୟାଙ୍କ କାମ ଅଛି ତେବେ ଆପଣ ୨୩ ତାରିଖ ପରେ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.